କୋରାପୁଟରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ସର୍କିଟ୍ ହାଉସରେ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରିବେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | December 18, 2022 IST

କୋରାପୁଟ ୧୮/୧୨: କୋରାପୁଟରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳୁ ହୀରାଖଣ୍ଡ ଏକପ୍ରେସ ଟ୍ରେନ ଯୋଗେ କୋରାପୁଟରେ ପହଞ୍ଚିଛନ୍ତି । କୋରାପୁଟ ରେଳ ଷ୍ଟେସନରେ ବିଜେପି ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ଓ ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି। ଆଦିବାସୀ ଢେମଷା ନାଚଗୀତରେ ଶ୍ରୀ ପ୍ରଧାନଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ଵାଗତ କରାଯାଇଛି।

ସୂଚନା ମୁତାବକ, କୋରାପୁଟ ଜିଲ୍ଲା ବିଜେପି କର୍ମକର୍ତ୍ତାମାନେ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ରେଳ ଷ୍ଟେସନରୁ ସର୍କିଟ ହାଉସ ପର୍ଯ୍ୟନ୍ତ ପାଛୋଟି ନେଇଛନ୍ତି । ସର୍କିଟ ହାଉସରେ ଦଳୀୟ ପଦାଧିକାରୀ ଓ କର୍ମୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ନବରଙ୍ଗପୁର ଗସ୍ତରେ ଯିବେ।

ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ । ପରେ ମହିମାଧର୍ମର ସାଧୁସନ୍ଥଙ୍କ ସହ ଆଲୋଚନା କରିବେ। ଶେଷରେ ଜିଲ୍ଲା ପ୍ରଶାସନ ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.