ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର
17/02/2020 at 7:50 AM

ଭୁବନେଶ୍ବର ୧୭।୦୨: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ୯ଟା ୪୫ ରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଆଶଙ୍କା କରାଯାଉଛି । ବିଧାନସଭା ଅଧିବେଶନ ଥିବା କାରଣରୁ ସକାଳେ କ୍ୟାବିନେଟ୍ ବୈଠକ ରଖାଯାଇଛି ବୋଲି ସୂଚନା ମିଳିଛି ।