ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ, ୧୨ଟି ପ୍ରସ୍ତାବରେ ଲାଗିଲା ମୋହର

Published By : Prameya-News7 Bureau | January 21, 2023 IST

ଭୁବନେଶ୍ୱର ୨୧।୦୧ : ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି । ଏଥିରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ।

ଖବର ଅନୁଯାୟୀ, ଶନିବାର ଦିନ ବସିଥିଲା ରାଜ୍ୟ କ୍ୟାବିନେଟ୍‌ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସବୁ ବିଭାଗୀୟ ମନ୍ତ୍ରୀ ଓ ସଚିବ ଯୋଗଦେଇଥିଲେ । ଏହି ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରସ୍ତାବ ମଧ୍ୟରେ ବଢ଼ିଛି ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁ ହେବ ବୋଲି ସୂଚନା ମିଳିଛି।

ଗ୍ରାମୀଣୀ ପାଇପ୍‌ ଜଳଯୋଗାଣ ବିଭାଗର ୨ଟି ପ୍ରସ୍ତାବକୁ ମୋହର । ଯାଜପୁର ବରୀ ଓ କୋରେଇରେ ହେବାକୁ ଥିବା ପ୍ରକଳ୍ପକୁ ୫ ବର୍ଷ ମଧ୍ୟରେ ସାରିବାକୁ ଟାର୍ଗେଟ ରଖାଯାଇଛି। ସେହିଭଳି ନୟାଗଡରେ ୩ଟି, ମାଲକାନଗିରିରେ ୪ଟି ପାନୀୟ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି ।

ସେହିପରି ଓବିସି କମିଶନ୍‌ ଆଇନ୍‌ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଜଳେଶ୍ୱର ଗୋବରୀ ଘାଟର ସୂବର୍ଣ୍ଣରେଖା ନଦୀରେ ସେତୁ ଲାଗି କ୍ୟାବିନେଟ୍‌ର ମୋହର ଲାଗିଛି । ଏହି ସେତୁ କାମ ନିର୍ମାଣ ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.