ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବକୁ ମୋହର, ବେସାମରିକ ବିମାନ ଚଳାଚଳ ନୀତିକୁ ଅନୁମୋଦନ

Published By : Prameya-News7 Bureau | November 30, 2022 IST

ଭୁବନେଶ୍ୱର ୩୦।୧୧ : ସରିଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି କ୍ୟାବିନେଟ୍‌ ବୈଠକରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବକୁ ଅନୁମୋଦନ ପାଇଛି । ଖାସ୍‌ କରି ପୂର୍ବରୁ ଷୋଷଣା ହୋଇଥିବା ଦମନ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବାକୁ କ୍ୟାବିନେଟ୍‌ ମୋହର ମାରିଛି ।

ସେହିପରି ଅନ୍ୟସବୁ ପ୍ରସ୍ତାବ ମଧ୍ୟରେ ନୂଆ ବୟନ ଶିଳ୍ପ ନୀତି, ଓଡିଶା କାରଖାନା ନିଯୁକ୍ତ ସଂଶୋଧନ ସର୍ତ୍ତାବଳୀ , ନୂଆ ପର୍ଯ୍ୟଟନ ନୀତି, ଓଡିଶା ଲଜିଷ୍ଟିକ୍‌ ପଲିସି-୨୦୨୨, ଭେହିକିଲ୍ ସ୍କାପ୍‌ ପଲିସି, ନୂଆ ଖାଦ୍ୟ ପ୍ରକ୍ରିୟାକରଣ ନୀତି, ନୂଆ ରପ୍ତାନୀ ନୀତି, ନୂଆ ଶିଳ୍ପ ନୀତି, ବିଶୁଦ୍ଧ ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମ ପାଇଁ ୨ଟି ପ୍ରସ୍ତାବ ରହିଛି । ସେହିପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିବା ବେସାମରିକ ବିମାନ ଚଳାଚଳ ନୀତିକୁ ବି କ୍ୟାବିନେଟ୍‌ ମୋହର ମାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.