୧୭ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ସମ୍ପ୍ରସାରିତ ହେବ ମିଲେଟ୍ ମିଶନ

Published By : Prameya-News7 Bureau | August 13, 2022 IST

ଭୁବନେଶ୍ୱର ୧୩।୦୮: ୧୭ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ରାଜ୍ୟରେ ସମ୍ପ୍ରସାରିତ ହେବ ମିଲେଟ୍ ମିଶନ । ମିଲେଟ୍ ମିଶନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍ ମିଶନର ବିକାଶ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

ରାଜ୍ୟର ୪ ଜିଲ୍ଲାରେ ତିଆରି ହେବ ବାତ୍ୟା ନିରୋଧୀ ଲୁଣାବନ୍ଧ । ଏଥିସହ କ୍ୟାବିନେଟରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାଜ୍ୟରେ ଭୂତଳ ଜଳ ହ୍ରାସ ପାଉଥିବା ବେଳେ, ବର୍ଷା ଜଳ ସଂରକ୍ଷଣ ପାଇଁ ଛାତ ଉପରେ ବର୍ଷାଜଳ ଅମଳ ପଦ୍ଧତି ଛାତ ନାମଙ୍କ ଏକ ନୂଆ ଯୋଜନାର ଆରମ୍ଭ କରିବାକୁ ଯୋଜନା କରିଛନ୍ତି ସରକାର ।

ସେହିପରି ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଞ୍ଜୁରୀ ମିଳିଛି । ଏହାସହ OMC ସହ କଳିଙ୍ଗ ଆଇରନ୍ ଓ୍ବାର୍କସ ଓ ଫେରୋକ୍ରମ ମିଶ୍ରଣକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.