ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍, ୧୨ ପ୍ରସ୍ତାବ ଉପରେ ବାଜିପାରେ ମୋହର

Published By : Prameya-News7 Bureau | July 19, 2022 IST

ଭୁବନେଶ୍ୱର ୧୯/୦୭: ଆଜି ରାଜ୍ୟ କ୍ୟାବିନେଟ୍ । ଆଜି ସକାଳ ୧୦ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ ।

ତେବେ ବିଧାନସଭା ଚାଲିଥିବାରୁ କ୍ୟାବିନେଟ୍ ବୈଠକ ଏଜେଣ୍ଡାକୁ ଗୁପ୍ତ ରଖାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ସାଧାରଣ ପ୍ରଶାସନ ବିଭାଗର କ୍ୟାଡର ପୁନର୍ଗଠନ ଉପରେ କ୍ୟାବିନେଟ୍ ମୋହର ମାରିପାରେ। ସେହିପରି ଜଳ ସମ୍ପଦ, କୃଷି, ପଞ୍ଚାୟତିରାଜ ଏବଂ ସ୍ବାସ୍ଥ୍ୟ ବିଭାଗର କିଛି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିପାରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.