Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

‘ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ’ ପାଇଁ କେନ୍ଦ୍ର କ୍ୟାବିନେଟରେ ୪,୮୦୦ କୋଟି ଟଙ୍କା ମଞ୍ଜୁର, ଚୀନର ଉଡିବ ହୋସ୍

15/02/2023 at 8:30 PM

ନୂଆଦିଲ୍ଲୀ: ଦେଶରେ ସାମରିକ ମହତ୍ୱ ରଖୁଥିବା ଉତ୍ତର ସୀମାବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମକୁ କନ୍ଦ୍ର କ୍ୟାବିନେଟ୍ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ ୪୮୦୦ କୋଟି ଟଙ୍କା ଖର୍ଚ୍ଚ ପ୍ରାବଧାନ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତବକୁ ମଞ୍ଜୁରୀ ଦିଆଯାଇଛି ।

ଯୋଜନା ଅନୁସାରେ ଭାଇବ୍ରେଣ୍ଟ ଭିଲେଜ ଯୋଜନାକୁ ଆର୍ଥିକ ବର୍ଷ ୨୦୨୨-୨୩ରୁ ୨୦୨୫-୨୬ ଯାଏ ଲାଗୁ କରାଯିବ । ଏଥିପାଇଁ ୪୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରୁ ୨୫୦୦ କୋଟି ଟଙ୍କା ରାସ୍ତା ନିର୍ମାଣରେ ଖର୍ଚ୍ଚ କରାଯିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ଦେଶର ଉତ୍ତର ସୀମାରେ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାଦ୍ୱାରା ସୀମାବର୍ତ୍ତୀ ଗାଁରେ ଆଜୀବିତା ସୁନିଶ୍ଚିତ କରାଯିବ, ଯାହା ପଳାୟନ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାସହ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼କାଡ଼ି ହୋଇପାରିବ ।

ସରକାରୀ ବୟାନ ଅନୁସାରେ ଏହି କାର୍ଯ୍ୟକ୍ରମ ଜରିଆରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶର ୧୯ ଜିଲ୍ଲା ଏବଂ ୪୬ ସୀମାବର୍ତ୍ତୀ ବ୍ଲକରେ ବିକାଶ ସୁନିଶ୍ଚିତ ହୋଇପାରିବ । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୬୬୩ ଗାଁକୁ ସାମିଲ କରାଯିବ ।

ବୟାନ ଅନୁସାରେ ଭାଇବ୍ରେଣ୍ଟ ଭିଲେଜ କାର୍ଯ୍ୟକ୍ରମ ଯୋଜନାକୁ ଗ୍ରାମ ପଞ୍ଚାୟତ ସହାୟତାରେ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ କରାଯିବ । ଏହା ଅଧିନରେ ସବୁ ପାଣିପାଗ ପାଇଁ ଅନୁକୂଳ ରାସ୍ତା, ପାନୀୟ ଜଳ, ସୌର ତଥା ପବନ ଉର୍ଜା ଉପରେ କେନ୍ଦ୍ରିତ ବିଦ୍ୟୁତ ଯୋଗାଣ, ମୋବାଇଲ ତଥା ଇଣ୍ଟରନେଣ୍ଟ ଯୋଗାଯୋଗ, ପର୍ଯ୍ୟଟନ କେନ୍ଦ୍ର, ବହୁମୁଖୀ ସେଣ୍ଟର ତଥା ଚିକିତ୍ସା କେନ୍ଦ୍ରର ବିକାଶ ଉପରେ ଜୋର ଦିଆଯିବ ।

   Related Posts