scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାରାଷ୍ଟ୍ରରେ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ଅମିତ ଶାହଙ୍କ ସହ ବୈଠକ ପରେ ଫଡନାଭିସଙ୍କ ଘୋଷଣା

5/06/2023 at 9:16 PM

sinde cabinet

ମୁମ୍ବାଇ, ୦୫/୦୬: ସଂପ୍ରସାରିତ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟ୍‌। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସୋମବାର ଏହି ଘୋଷଣା କରିଛନ୍ତି। ଏହା ସହ ସେ କହିଛନ୍ତି ସଂପ୍ରସାରଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନିଷ୍ପତ୍ତି ଅନୁଯାୟୀ ହେବ। ଖାଲି ସେତିକି ନୁହେଁ, ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଏବଂ ବିଜେପି ଭବିଷ୍ୟତରେ ସବୁ ନିର୍ବାଚନ ଏକାଠି ମିଶି ଲଢ଼ିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ଫଡନାଭିସ୍। ସେ ଆହୁରି କହିଛନ୍ତି ରବିବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏନେଇ ଚର୍ଚ୍ଚା ମଧ୍ୟ ହୋଇଛି।

ଏକନାଥ ସିନ୍ଦେ ମଧ୍ୟ ସୋମବାର କହିଛନ୍ତି ଯେ, ଶିବସେନା ଏବଂ ବିଜେପି ଭବିଷ୍ୟତରେ ସବୁ ନିର୍ବାଚନ ଏକାଠି ଲଢ଼ିବେ। ସିନ୍ଦେ ଏକ ଟ୍ବିଟ୍‌ କରି ଅମିତ ଶାହଙ୍କ ବୈଠକ ସହ ବୈଠକ ବିଷୟରେ ସୂଚନା ଦେଇଥିଲେ। ଏହି ବୈଠକରେ ଶିବସେନା ଏବଂ ବିଜେପି ଲୋକସଭା, ବିଧାନସଭା ଏବଂ ନଗର ନିର୍ବାଚନ ଏକାଠି ଲଢ଼ିବେ ବୋଲି ନିଷ୍ପତ୍ତି ହୋଇଥିବାନେଇ କହିଥିଲେ।

ଆହୁରି ପଢ଼ନ୍ତୁ: ଏକନାଥ ସିନ୍ଦେଙ୍କୁ ଭେଟିଲେ ଶରଦ ପାୱାର: ପୁଣି କଡ଼ ଲେଉଟାଇବ କି ମହାରାଷ୍ଟ୍ର ରାଜନୀତି ?

ସୂଚନାଯୋଗ୍ୟ, ସିନ୍ଦେ ଏବଂ ଫଡନାଭିସ ରବିବାର ସନ୍ଧ୍ୟାରେ ଦିଲ୍ଲୀ ଯାଇଥିଲେ। ଏହି ସମୟରେ ଅମିତ ଶାହଙ୍କ ସହ କୃଷି ଏବଂ ସହଯୋଗ ଉପରେ ଆଲୋଚନା ହୋଇଥିବା ନେଇ କହିଥି​‌ଲେ। ଏହା ସହ ରାଜ୍ୟରେ ଅନେକ ପ୍ରତୀକ୍ଷିତ ପ୍ରକଳ୍ପ ଆରମ୍ଭ ହୋଇଥିବା ନେଇ ମଧ୍ୟ କହିଥିଲେ।

ସୂଚନାଥାଉକି, ନିକଟରେ ଶିବସେନା (ଉଦ୍ଦବ ଗୋଷ୍ଠୀ) ନାବି କରିଥିଲା ଯେ ସିନ୍ଦେଙ୍କ ନେତୃତ୍ବାଧୀନ ୨୨ ବିଧାୟକ ଏବଂ ୯ ସାଂସଦ ଦଳ ଛାଡ଼ିବେ। ‘ସାମନା’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସିନ୍ଦେ ଗୋଷ୍ଠୀର ବିଧାୟକ ଏବଂ ସାଂସଦଙ୍କୁ ‘ବିଜେପି ପଞ୍ଜୁରୀର କୁକୁଡ଼ା’ ବୋଲି କୁହାଯାଇଥିଲା। ଆଉ ମଧ୍ୟ କୁହାଯାଇଥିଲା ଯେ ‘ଏମାନଙ୍କ ବେକରେ କେତେବେଳେବି ଛୁରୀ ବାଜିବାରେ ତାହା କେହିବି କହିପାରିବେନାହିଁ।’

ଆହୁରି ପଢ଼ନ୍ତୁ: ଏକନାଥ ସିନ୍ଦେଙ୍କ ଶିବସେନା ଛାଡିବାକୁ ଚାହୁଁଛନ୍ତି ୨୨ ବିଧାୟକ ଓ ୯ ସାଂସଦ:  UBT

   Related Posts