suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ; ୨୪ ନୂଆ ମନ୍ତ୍ରୀ ନେବେ ଶପଥ, ଲିଙ୍ଗାୟତ ସମୁଦାୟକୁ ଅଗ୍ରାଧିକାର

27/05/2023 at 11:06 AM

ବେଙ୍ଗାଲୁରୁ,୨୬ ।୫: ଶନିବାର କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ମନ୍ତ୍ରିମଣ୍ଡଳରେ ସାମିଲ ହେବେ ୨୪ ନୂଆ ମନ୍ତ୍ରୀ । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଗତ ଦୁଇଦିନ ଧରି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ, ପୂର୍ବତନ ଅଧ୍ୟକ୍ଷ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ସହ ବୈଠକ କରି ମନ୍ତ୍ରିମଣ୍ଡଳର ରୂପ ରେଖ ପ୍ରସ୍ତୁତ କରିଛନ୍ତି ।

ଏହି ଚୂଡ଼ାନ୍ତ ତାଲିକାରେ ସବୁ ବର୍ଗ ଓ ସମୁଦାୟକୁ ପ୍ରତିନିଧିତ୍ୱ ମିଳିବ । ଲିଙ୍ଗାୟତ ସମୁଦାୟଙ୍କୁ ଅଗ୍ରାଧିକାର ଦିଆଯିବା ନେଇ ଚର୍ଚ୍ଚା ହେଉଛି । ଗତ ୨୦ ତାରିଖରେ ସିଦ୍ଦରମୈୟା ଓ ଶିବକୁମାର ଏବଂ ଅନ୍ୟ ୮ ଜଣ ମନ୍ତ୍ରୀ ଶପଥ ନେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ମନ୍ତ୍ରୀଙ୍କୁ ବିଭାଗ ଦିଆଯାଇନାହିଁ । ଆଜି ମନ୍ତ୍ରିମଣ୍ଡଳ ଶପଥ ପରେ ବିଭିନ୍ନ ବିଭାଗ ବଣ୍ଟନ କରାଯିବ ବୋଲି ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ, ବରିଷ୍ଠ ବିଧାୟକ ଏଚ.କେ ପାଟିଲ୍, କୃଷ୍ଣ ବାୟରଗୌଡ଼ା, ଏନ ଚେଲୁବରାସ୍ବାମୀ, କେ. ଭେଙ୍କଟାଶ, ଡା. ଏକ.ସି ମହାଦେବପ୍ପା, ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ଈଶ୍ବର ଖେଣ୍ଡର ଏବଂ ପ୍ରଦେଶ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ୍ବ ଆଦି ନେତା ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା ଜୋରଧରିଛି ।

୨୨୪ ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭାରେ ମୋଟ୍ ୩୪ ମନ୍ତ୍ରୀ ରହି ପାରିବେ । କଂଗ୍ରେସ ସରକାର ଗଠନ ସମୟରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ସମେତ ୧୦ ମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଆଜି ଆଉ ୨୪ଜଣ ମନ୍ତ୍ରୀ ଆଜି ଶପଥ ନେବେ ।

   Related Posts