କ୍ୟାବିନେଟ ନିଷ୍ପତ୍ତି: ଯେତେ ପରିମାଣର ଧାନ ହେଲେ ବି ସରକାର କିଣିବେ ଚାଷୀଠାରୁ, ଆମ ଗାଁ ଆମ ବିକାଶର ସବୁ କାମ ହେବ ବିଭାଗ ମଧ୍ୟମରେ
24/09/2018 at 5:50 PM

ଭୁବନେଶ୍ବର୨୪|୯: ଚାଷୀଙ୍କ ଠାରୁ ସବୁ ଧାନ କଣିବେ ସରକାର। ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଧାନ ହେଲେ ମଧ୍ୟ ମନ୍ତ୍ରୀ ଏହି ଧାର୍ଯ୍ୟ ଲକ୍ଷ୍ୟଙ୍କୁ ବଢ଼ାଇ ଚାଷୀଙ୍କ ଠାରୁ ଧାନ କିଣିବେ। ଏହା ସହ ୭୨ ଘଣ୍ଟାରେ ଚାଷୀ ଅନଲାଇନ ଧନା କିଣା ବାବଦ ଟଙ୍କା ଦେବେ। ଏହା ସହ ଆମ ଗାଁ ଆମ ବିକାଶର ସବୁ କାମ ସରାକର ନିଜେ କରିବେ। ବର୍ଷକ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷହେବ। ଏହିପରି ତିନୋଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ମାରିଛି। ଏପଟେ ବିରୋଧୀ କହିଛନ୍ତି ଗା୍ଁରେ ଅସନ୍ତୋଷ ଚାପିବାକୁ ଆମ ଗାଁ ଆମ ବିକାଶ ଯୋଜନା। …
ରାଜ୍ୟ କ୍ୟାବିନେଟରେ ନିଆଗଲା ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି। ଏଣିକି ଚାଷୀଙ୍କ ସବୁ ଧାନ କଣିବେ ରାଜ୍ୟସରକାର। ୭୨ ଘଣ୍ଟା ଭିତରେ ଚାଷୀ ଆକଉଣ୍ଟରେ ଅର୍ଥ ଭରିବେ। ଏନେଇ ଖାଦ୍ୟଯୋଗାଣ ବିଭାଗ ପକ୍ଷରୁ ଆସିଥିବା ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୧୮-୧୯କୁ କ୍ୟାବିନେଟର ମୋହର ବାଜିଛି। ୧୮-୧୯ ଖରିଫରେ ୫୫ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରାକର। ଏହସହ ପୂର୍ବରୁ ଗୋଟିଏ ଚାଷୀ ପରିବାର ଯେତିକି ଧାନ ଉତ୍ପାଦନ କରୁଛନ୍ତି ପରିବାର ସଦସ୍ୟଙ୍କ ମୁଣ୍ତ ପିଛା ୩କୁଇଣ୍ଟାଲ ଧାନ ରଖି ବାକି ଧାନ ଧାନ ବିକ୍ରୀ କରୁଥିଲେ। ଏବେ ଏଭଳି ବ୍ୟବସ୍ଥା ସରକାର ବନ୍ଦ କରିଛନ୍ତିା ଚାଷୀ ଯାହା ଧାନ ଆଣିବେ ସବୁ ସରକାର କିଣିବେ । ଏପରିକ ଆବଶ୍ୟକ ହେଲେ ଯୋଗାଣ ମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟକୁ ବଢ଼ାଇ ପାରିବେ। ଏହସହ ଆମ ଗାଁ ଆମ ବିକାଶ ଯୋଜନାର ନୀତିକୁ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରିଛି। ପ୍ରକଳ୍ପ ମୂଲ୍ୟ ୧ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ ଏବଂ ଏହି ସବୁ କାର୍ଯ୍ୟ ବିଭାଗମାନେ କରିବେ। ଏହି ସବୁ ପ୍ରକଳ୍ପ କାର୍ଯ୍ୟ ୬ମାସ ଭିତରେ ଆରମ୍ଭ ନହେଲେ ଏହାକୁ ଅନ୍ୟ ପ୍ରକଳ୍ପରେ ପରିବର୍ତ୍ତନ କରାଯିବ।
ସରକାର ଚାଷୀଙ୍କଠାରୁ କେମିତି ସରାକରୀ ଦରରେ ଧାନ କିଣିବେ ତାଉପରେ ଧ୍ୟାନ ଦିଅନ୍ତୁ। ଆମ ଗାଁ ଆମ ବିକାଶ ଯୋଜନା କେବଳ ଗାଁ ଲୋକଙ୍କ ଅସନ୍ତୋଷ ପ୍ରଶମିତ କରିବାକୁ ସରକାର ଏହି ଯୋଜନା କରିଛନ୍ତି । ନିର୍ବାଚନ ହେବାକୁ ଆଉ ୬ ମାସ ରହିଲା । ଏହି ଯୋଜନାରେ କାମ ଆରମ୍ଭ ହେବା ବେଳକୁ ସମୟ ଚାଲିଯାଇଥିବ ବୋଲି କଂଗ୍ରେସ କହିଛି। ଏପଟେ ବିଜେପି କହିଛି ଧାନ କିଣିବା ନେଇ ସରକାର କିଛି ନୂଆ ନିଷ୍ପତି ନେଇନାହାନ୍ତି। ଆମ ଗାଁ ଆମ ବିକାଶ ଯୋଜନା ଜରିଆାରେ ସରାକର କାମ କରିବା ମାନେ କୋଠ ଘର ନାଁରେ ନିଜ କର୍ମୀଙ୍କୁ ଟଙ୍କା ବାଣ୍ଟିବେ ବୋଲି ବିଜେପି କହିଛି।
ଗତ ବର୍ଷ ୨୦୧୭-୧୮ରେ ରାଜ୍ୟ ସରକାର ୫୫ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ସଂଗ୍ରହ ହୋଇଛି ମାତ୍ର ୪୯ ଲକ୍ଷ ମେଟ୍ରିକ ଟନ ଧାନ। ମରୁଡି ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇନଥିବା ସରକାର ଯୁକ୍ତି ବାଢ଼ିଛନ୍ତି।