ଦେଶରେ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର: ସୃଷ୍ଟି ହେବ ୮୦ ହଜାରରୁ ଅଧିକ ନିଯୁକ୍ତି

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ଗୁରୁବାର(ଫେବ୍ରୁଆରୀ ୨୯) ଦେଶରେ ପ୍ରଥମ ସେମିକଣ୍ଡକ୍ଟର ଫାବ୍‌ ପ୍ରତିଷ୍ଠା କରିବାକୁ ଅନୁମତି ଦେଇଛି। ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ଏହି ୩ ପ୍ଲାଣ୍ଟ ମଧ୍ୟରୁ ଦୁଇଠି ଗୁଜରାଟର ଖୋଲାଯିବାକୁ ଥିବା ବେଳେ ଗୋଟିଏ ଆସାମରେ ଖୋଲାଯିବ। ଏଥିରେ ମୋଟ ୧.୨୬ ଲକ୍ଷ କୋଟିର ନିବେଶ ହେବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।  

ଡେଭଲପ୍‌ମେଣ୍ଟ୍ସ ଆଣ୍ଡ ଡିସ୍‌ପ୍ଲେ ଇକୋସିଷ୍ଟମ ଇନ୍ ଇଣ୍ଡିଆ ଅଧିନରେ ଏହି ପ୍ଲାଣ୍ଟଗୁଡ଼ିକର ନିର୍ମାଣ କାର୍ଯ୍ୟ ଆସନ୍ତା ୧୦୦ ଦିନ ଭିତରେ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ଆଇଟି ମନ୍ତ୍ରୀ କହିଛନ୍ତି “ଦେଶରେ ସେମିକଣ୍ଡକ୍ଟର ଫାବ୍‌ ପ୍ରତିଷ୍ଟା ପାଇଁ ଆଜି ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ କମର୍ସିଆଲ ସେମିକଣ୍ଡକ୍ଟର ଫାବ୍ ଟାଟା ଓ ପାୱାରଚିପ୍ ତାଇୱାନ୍ ଦୁହେଁ ମିଶି ଗୁଜରାଟର ଧୋଲେରାରେ ପ୍ରତିଷ୍ଠା କରିବେ।” ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍‌ ଧୋଲେରାରେ ତାଇୱାନର ପାୱାରଚିପ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ କ୍ରପ୍ ସହ ମିଶି ଭାବ୍ ପ୍ରତିଷ୍ଠା କରିବ।

ଏହି କମ୍ପାନୀଗୁଡ଼ିକୁ ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମିଳିଲା ମୌକା

୧. ଟାଟା ଗ୍ରୁପ୍ର କମ୍ପାନୀ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ୍ (TEPL) ଗୁଜୁରାଟରେ ଏହାର ସେମିକଣ୍ଡକ୍ଟର ଫେବ୍ରିକେସନ ପ୍ଲାଣ୍ଟ (ସେମିକଣ୍ଡକ୍ଟର ଫ୍ୟାବ୍) ନିର୍ମାଣ କରିବ। ତାଇୱାନ କମ୍ପାନୀ ପାୱାରଚିପ୍ ସେମିକଣ୍ଡକ୍ଟର ମାନୁଫେକ୍ଚରିଂ କର୍ପ (PSMC) ର ସହଯୋଗରେ ଏହି କାରଖାନା ଖୋଲିବ ବୋଲି କମ୍ପାନୀ କହିଛି। ଟାଟା ଗ୍ରୁପ୍ର ଏହି କମ୍ପାନୀ ଫ୍ୟାବ ଗୁଜୁରାଟର ଧୋଲେରାରେ ଖୋଲିଯିବାକୁ ଥିବା ବେଳେ ଏଥିରେ ୯୧ ହଜାର କୋଟି ଟଙ୍କା ନିବେଶ କରାଯିବ। 

ପଢ଼ନ୍ତୁ-ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ, ୧ କୋଟି ଘରକୁ ବିଜୁଳି ମାଗଣା

ତାଇୱାନରେ PSMC ୬ ଟି ସେମିକଣ୍ଡକ୍ଟର ଫ୍ୟାକ୍ଟ୍ରି ରହିଛି। ଏହା ଲଜିକ ଏବଂ ମେମୋରୀ ଫାଉଣ୍ଡ୍ରି ସେଗମେଣ୍ଟରେ କାର୍ଯ୍ୟ କରୁଛି।

୨. ଟାଟା ସନ୍ସର କମ୍ପାନୀ ଟାଟା ସେମିକଣ୍ଡକ୍ଟର ଅସେମ୍ବଲ(TSAT) ଆସାମର ମୋରିଗାଓଁରେ ଖୋଲିବ। ଏଥିରେ ୨୭ ହଜାର କୋଟି ଟଙ୍କା ନିବେଶ କରାଯିବ। କମ୍ପାନୀ ଏଥିପାଇଁ ଟେଷ୍ଟ ପ୍ରାଇଭେଟ୍‌ ଲିମିଟେଡ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ସୂଚନା ଥାଉକି ଟିଏସ୍‌ଏଟି ଦେଶରେ ସେମିକଣ୍ଡକ୍ଟର ପ୍ୟାକେଜିଂ ଟେକ୍ନୋଲୋଜିର ବିକାଶ ପାଇଁ କାର୍ଯ୍ୟ କରେ। ଏଥିରେ ଫ୍ଲିପ୍ ଚିପ୍ସ ଏବଂ ପ୍ୟାକେଜ୍ (ISIP) ରେ ଇଣ୍ଟିଗ୍ରେଟେଡ୍ ସିଷ୍ଟମ୍ ରହିଛି।   

3. CG ପାୱାର ଆଣ୍ଡ ଇଣ୍ଡଷ୍ରିଆଲ ସଲ୍ୟୁସନ: CG ପାୱାର ଗୁଜୁରାଟରେ ଏହାର ସେମିକଣ୍ଡକ୍ଟର ପ୍ଲାଣ୍ଟ ଖୋଲିବ। ଏଥିପାଇଁ କମ୍ପାନୀ ଜାପାନର ରେନେସା ଇଲେକ୍ଟ୍ରୋନିକ୍ସ କର୍ପ ଏବଂ ଥାଇଲ୍ୟାଣ୍ଡର ଷ୍ଟାର୍ସ ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛି। ଗୁଜରାଟର ଶାନନ୍ଦରେ ଏହି ପ୍ଲାଣ୍ଟ ଖୋଲିବାକୁ ଥିବା ବେଳେ ଏଥିରେ ୭,୬୦୦ କୋଟି ଟଙ୍କା ନିବେଶ ହେବ।

ପଢ଼ନ୍ତୁ-ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌ ଓ ୱାଲ୍ଟ ଡିଜ୍‌ନୀ ମଧ୍ୟରେ ହେଲା ମିଶ୍ରଣ; ଜଏଣ୍ଟ ଭେଞ୍ଚରର ନେତୃତ୍ୱ ନେବେ ନୀତା ଅମ୍ବାନୀ  

ମିଳିବ ୮୦ ହଜାରରୁ ଅଧିକ ନିଯୁକ୍ତି

ଭାରତରେ ନିର୍ମାଣ ହେବାକୁ ଥିବା ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟରେ  ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହେବ। ସରକାର କହିଛନ୍ତି ଯେ ଏହି ତିନୋଟି ୟୁନିଟ୍ ମିଳିତ ଭାବରେ ଉନ୍ନତ ଜ୍ଞାନକକୌଶଳ ପାଇଁ ୨୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପ୍ରାୟ ୬୦ ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବେ।

ଏହି ୟୁନିଟ୍ ଗୁଡିକ ଡାଉନ୍‌ମ୍ ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଟେଲିକମ୍ ଉତ୍ପାଦନ, ଶିଳ୍ପ ଉତ୍ପାଦନ ଏବଂ ଅନ୍ୟାନ୍ୟ ସେମିକଣ୍ଡକ୍ଟର ଗ୍ରାହକ ଶିଳ୍ପରେ ଶୀଘ୍ର ନିଯୁକ୍ତି ବୃଦ୍ଧି କରିବେ।

ଏହି ୟୁନିଟ୍ ଗୁଡିକ ଡାଉନ୍‌ଷ୍ଟ୍ରିମିଂ, ଅଟୋମୋଟିଭ୍, ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ, ଟେଲିକମ୍ ମାନୁଫାକ୍ଚରିଂ, ଇଣ୍ଡଷ୍ଟ୍ରୀଆଲ ମାନୁଫାକ୍ଚରିଂ ଓ ଅନ୍ୟ ସେମିକଣ୍ଡକ୍ଟର କଞ୍ଜ୍ୟୁମିଂ ଇଣ୍ଡଷ୍ଟ୍ରୀରେ ଶୀଘ୍ର ନିଯୁକ୍ତି ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.