ସରକାରଙ୍କ ବଡ଼ ଘୋଷଣା, BSNLର ପୁନରୁଦ୍ଧାର ପାଇଁ ୯୦ ହଜାର କୋଟିର ପ୍ୟାକେଜ୍‌ ମଞ୍ଜୁରୀ

Published By : Prameya-News7 Bureau | June 07, 2023 IST

ନୂଆଦିଲ୍ଲୀ, ୦୭/୦୬: BSNL ପାଇଁ ସରକାରଙ୍କ ବଡ଼ ଘୋଷଣା। ଘୋଷଣା ହେଲା ୯୦ ହଜାର କୋଟି ପୁନଃରୁଦ୍ଧାର ପ୍ୟାକେଜ୍‌। ବୁଧବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ପାଇଁ ୮୯,୦୪୭ କୋଟି ଟଙ୍କାର ପୁନଃରୁଦ୍ଧାର ପ୍ୟାକେଜ୍‌ ଘୋଷଣା କରାଯାଇଛି।

ଏହି ପ୍ୟାକେଜ୍‌ର ବ୍ୟବହାର ବିଏସଏନଏଲ ୪ଜି ଏବଂ ୫ଜି ସେବା ପାଇଁ ବ୍ୟବହାର ହେବ। ସରକାରଙ୍କ କହିବା ଅନୁଯାୟୀ, ଗୋଟିଏ ସରକାରୀ ଟେଲିକମ୍‌ କମ୍ପାନିକୁ ଭଲ ଭାବରେ ବିସ୍ତାର ପାଇଁ ସୁଯୋଗ ମିଳିବା ଦରକାର । ତେବେ ଏହା ପୂର୍ବରୁ ୨୦୨୨ ଜୁଲାଇରେ ମଧ୍ୟ କେନ୍ଦ୍ର ସରକାର ବିଏସଏନଏଲର ପୁନଃରୁଦ୍ଧାର ପ୍ୟାକେଜ୍ ପାଇଁ ୧.୬୪ ଲକ୍ଷ କୋଟିର ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ହିଣ୍ଡନବର୍ଗର ଟାର୍ଗେଟ୍‌ ହେଲା ଆଉ ଏକ କମ୍ପାନୀ, ଦିନକରେ ୮୦ ପ୍ରତିଶତ ଖସିଲା ସେୟାର ମୂଲ୍ୟ

ଏହା ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍‌ ଭାରତ ବ୍ରଡବ୍ୟାଣ୍ଡ୍‌ ନେଟଓ୍ବର୍କ ଲିମିଟେଡ (BBNL)କୁ ମଧ୍ୟ ବିଏସଏନଏଲ ସହ ବିଲୟ କରିବା ନିଷ୍ପତ୍ତି ନେଇଥିଲେ। ଏହି ବିଲୟ ସହ ବିଏସଏନଏଲକୁ ଅତିରିକ୍ତ ୫.୬୭ ଲକ୍ଷ କିଲୋମିଟରର ଅପ୍ଟିକାଲ ଫାଇବରର ନେଟଓ୍ବର୍କ ମିଳିଥିଲା ଯାହାର ପହଞ୍ଚ, ପ୍ରାୟ ୧.୮୫ ଲକ୍ଷ ଗ୍ରାମ ପଞ୍ଚାୟକ ପର୍ଯ୍ୟନ୍ତ ରହିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ୨୦୨୩-୨୪ ମାର୍କେଟିଙ୍ଗ୍‌ ସିଜିନ୍‌ ପାଇଁ ଖରିଫ୍‌ ଫସଲର ଏମଏସପିରେ ବୃଦ୍ଧି ଉପରେ ମୋହର ଲଗାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟର MSP ମାଷ୍ଟରଷ୍ଟୋକ୍; ବଢ଼ିଲା ଧାନ, ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.