ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ସୋମବାର ଚାଷୀ, ଯୁବ ପିଢି ଏବଂ ଉର୍ଜାକୁ ସଶକ୍ତ କରିବା ପାଇଁ ଅନେକ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ପ୍ରାକୃତିକ ଚାଷ ମିଶନ ଅର୍ଥାତ୍ NMNFକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ମଞ୍ଜୁରୀ ମିଳିଛି । ଏହି ଯୋଜନା ଚାଷୀଙ୍କୁ ପ୍ରାକୃତିକ ଚାଷ ଆପଣାଇବାରେ ସାହାଯ୍ୟ କରିବ । ଏହାଦ୍ୱାରା ରସାୟନ ମୁକ୍ତ ଭୋଜନ ମିଳିବ । ଅର୍ଥାତ୍ ମିଶନର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିଇବ । ଏହାସହ ଚାଷୀଙ୍କୁ ଖର୍ଚ୍ଚ ମଧ୍ୟ କମ ହେବ । ଏହି ଯୋଜନା ଅଧିନରେ ଚାଷୀଙ୍କୁ ପ୍ରଶିକ୍ଷଣ ଏବଂ ଉପକରଣ ଦିଆଯିବ । ଏହି ଯୋଜନାରେ ଜୈବୀକ ସଂଶାଧନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ ।
#Cabinet approves launching of National Mission on Natural Farming (NMNF), with a total outlay of Rs. 2,481 crore as a standalone Centrally Sponsored Scheme under the Ministry of Agriculture & Farmers' Welfare
— PIB India (@PIB_India) November 25, 2024
NMNF aims to promote Natural Farming practices to provide safe and… pic.twitter.com/MzkpRMngOe
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ନ୍ୟାସନାଲ୍ ମିଶନ ଅନ୍ ନ୍ୟାଚୁରାଲ୍ ଫାର୍ମିଂ (NMNF)କୁ ସ୍ୱତନ୍ତ୍ର କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ରୂପେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଆରମ୍ଭ ପାଇଁ ମଞ୍ଜୁରୀ ଦିଆଯାଇଛି । ଏହି ଯୋଜନା ୧୫ତମ ଅର୍ଥ କମିଶନ (୨୦୨୫-୨୬) ଯାଏ ମୋଟ ୨୪୮୧ କୋଟି ଟଙ୍କାରେ ଆରମ୍ଭ ହୋଇଛି । ଏଥିରୁ ଭାରତ ସରକାରଙ୍କ ଭାଗ ୧୫୮୪ କୋଟି ଟଙ୍କା ଏବଂ ରାଜ୍ୟଗୁଡିକ ୮୯୭ କୋଟି ଟଙ୍କା ଖର୍ଚ୍ଚ କରିବେ ।
କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଉଦ୍ଦେଶ୍ୟ ପ୍ରକୃତିକ ଚାଷକୁ ପ୍ରୋତ୍ସାହନ ହେବା, ଚାଷୀଙ୍କ ଖର୍ଚ୍ଚ କମ କରିବା ଏବଂ ସୁରକ୍ଷିତ ଭୋଜନ ଉପଲବ୍ଧ କରାଇବା । ଆଗାମୀ ଦୁଇ ବର୍ଷରେ ୧୫୦୦୦ ପଞ୍ଚାୟତରେ ୧ କୋଟି ଟାଷୀଙ୍କ ନିକଟରେ ପହଞ୍ଚି ଏବଂ ୭.୫ ଲକ୍ଷ କୋଟି ହେକ୍ଟରରେ ପ୍ରାକୃତିକ ଚାଷ ଆରମ୍ଭ ପାଇଁ ଟାର୍ଗେଟ୍ ରଖାଯାଇଛି । ଏଥିପାଇଁ ୧୦୦୦୦ ଜୈବ-ଆଦାନ ସଂସାଧନ କେନ୍ଦ୍ର (BRC) ସ୍ଥାପନ କରାଯିବ ଏବଂ ୨୦୦୦ ମଡେଲ ପ୍ରଦର୍ଶନ ଫାର୍ମ ନିର୍ମାଣ କରାଯିବ । ଚାଷୀଙ୍କୁ ପ୍ରଶିକ୍ଷଣ, ଗୁଣର ପ୍ରଚାର ଏବଂ ବଜାର ଉପଲବ୍ଧ କରାଯିବ ।
କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଏହି ବୈଠକରେ ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ (ONOS) ଯୋଜନାକୁ ବି ଅନୁମୋଦନ ମିଳିଛି । ଏହି ଯୋଜନାରେ ଛାତ୍ରଛାତ୍ରୀ ଏବଂ ଅଧ୍ୟୟନକାରୀଙ୍କୁ ଗୋଟିଏ କ୍ଲିକରେ ଗବେଷଣା ପାଇଁ ବିଭିନ୍ନ ପ୍ରକାର ପାଠ୍ୟ ଖସଡ଼ା ମିଳିବ । ଏହାସହ
ସାରା ଦେଶର ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ R&D ଗବେଷଣାକୁ ଜର୍ଣ୍ଣାଲ ପ୍ରକାଶନ ଯାଏ ପହଞ୍ଚାଯିବ । ଏହି ସୁବିଧା ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ ହେବ । ଏହି ଯୋଜନା ପାଇଁ ୬୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଅଟଳ ନବସୃଜନ ମିଶନ AIM ୨.୦ ପାଇଁ ୨୭୫୦ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଛି । ଏଥିରୁ ୩୦ କ୍ଷେତ୍ରୀୟ ଇନୋଭେସନ କେନ୍ଦ୍ର ନିର୍ମାଣ ହେବ, ଯାହା ଜାମ୍ମୁ କାଶ୍ମୀର, ଲଦ୍ଦାଖ, ପୂର୍ବୋତ୍ତର ଏବଂ ଆକାଂକ୍ଷା ଜିଲ୍ଲାଗୁଡ଼ିକୁ କଭର କରାଯିବ ।
ମୋଦୀ ସରକାର ୧୪୩୫ କୋଟି ଟଙ୍କାର ପାନ୍ ୨.୦ ପରିଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହା ଜରିଆରେ ପୂରା ସିଷ୍ଟମକୁ ଅପଡେଟ୍ କରି ପେପରଲେସ୍ କରାଯିବ । ଏହାଦ୍ୱାରା ବ୍ୟବସାୟଗୁଡ଼ିକ ଗୋଟିଏ ଚିହ୍ନଟକାରୀଙ୍କ (common business identifier)ଦ୍ୱାରା ଟିହ୍ନଟ ହେବ ।