କେନ୍ଦ୍ର କ୍ୟାବିନେଟର MSP ମାଷ୍ଟରଷ୍ଟୋକ୍; ବଢ଼ିଲା ଧାନ, ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ

Published By : Prameya-News7 Bureau | June 07, 2023 IST

ନୂଆଦିଲ୍ଲୀ ୦୭।୦୬ : MSP ବୃଦ୍ଧି ଉପରେ କେନ୍ଦ୍ର କ୍ୟାବିନେଟର ମୋହର୍ ବାଜିଛି । ଧାନ, ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ କ୍ବିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି ପାଇଛି । ସେହିପରି ସୂର୍ଯ୍ୟମୁଖୀ କ୍ବିଣ୍ଟାଲ ପିଛା ୩୬୦ ଟଙ୍କା ଏବଂ ମଧ୍ୟମ ଧରଣ କପା ଉପରେ କ୍ବିଣ୍ଟାଲ ପିଛା ୫୪୦ ଟଙ୍କା ଏବଂ ଲଙ୍ଗ୍ କଟନ ଉପରେ ୬୪୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।  

ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ଅନେକ ପ୍ରସ୍ତାବ ଉପରେ ମୋହର ବାଜିଛି । ଏହା ଭିତରୁ ଧାନର ସହାୟକ ମୂଲ୍ୟ ବୃଦ୍ଧି ଅନ୍ୟତମ ରହିଛି । ୨୦୨୨-୨୩ ପାଇଁ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।

{"id":799678,"sizeSlug":"full","linkDestination":"none"}

୨୦୨୧-୨୨ରେ ଧାନର ସର୍ବନିମ୍ନ ସହାୟତ ମୂଲ୍ୟ ୨୦୪୦ଟଙ୍କା ରହିଥିଲେ । ଏହାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଧାନ କ୍ବିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରିବା ପରେ ଏହା ୨,୧୮୩ ଟଙ୍କାରେ ପହଞ୍ଚିଛି । ସେହିପରି ସେହିପରି ଗ୍ରେଡ୍-A ଧାନ ୨୦୬୦ ଟଙ୍କାରୁ ବୃଦ୍ଧି ପାଇ ୨୨୦୩ଟଙ୍କାରେ ପହଞ୍ଚିଛି ।ସୂର୍ଯ୍ୟମୁଖୀର ଏମଏସପି ମଧ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସୂର୍ଯ୍ୟମୁଖୀର କ୍ବିଣ୍ଟାଲ ପିଛା ୩୬୦ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ କ୍ବିଣ୍ଟାଲ ପିଛା ୬, ୪୦୦ ଟଙ୍କା ରହିଥିଲା । କ୍ୟାବିନେଟ୍ ମୋହର ବାଜିବା ପରେ ସୂର୍ଯ୍ୟମୁଖୀର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୬,୭୬୦ଟଙ୍କାରେ ପହଞ୍ଚିଛି । ସେହିପରି ମଧ୍ୟମ ଧରଣ କପାର ସର୍ବନିମ୍ନ ସହାୟକ ମୂଲ୍ୟ ୬,୦୮୦ ଟଙ୍କାରୁ ବୃଦ୍ଧି ପାଇ ୬,୬୨୦ ଟଙ୍କାରେ ପହଞ୍ଚିଛି । ଲଙ୍ଗ ସ୍ପାପଲ କପାର ଏମଏସପି ୬,୩୮୦ ଟଙ୍କାରୁ ୭, ୦୨୦ ଟଙ୍କାରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.