୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ମେଟ୍ରୋ ରେଳ ପ୍ରକଳ୍ପର ଡିପିଆରକୁ ମଞ୍ଜୁରୀ

Published By : Prameya-News7 Bureau | November 14, 2023 IST

ଭୁବନେଶ୍ଵର: ଆଉ ପାଦେ ଆଗେଇଲା କଟକ-ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ। ମେଟ୍ରୋ ରେଳ ପ୍ରକଳ୍ପର ଡିପିଆରକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିସହ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ମିଟିଂରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ମେଟ୍ରୋଲ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଭୁବନେଶ୍ଵର ବିମାନ ବନ୍ଦରରୁ ତ୍ରିଶୂଳିଆ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ବ୍ରହ୍ମପୁର ରିଂ ରୋଡ୍ ନିର୍ମାଣ କରାଯିବ। ଏ ନେଇ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୫୬.୫୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କା। ୨୪ ମାସ ମଧ୍ୟରେ ରିଂ ରୋଡ୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗଞ୍ଜାମରେ ଜଳସେଚନ ସୁବିଧା ପାଇ ବ୍ୟାରେଜ୍ ନିର୍ମାଣ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଜାନିଭିଲି ନଦୀ ଉପରେ ୮୭ କୋଟି ୫୪ ଲକ୍ଷ ବ୍ୟୟରେ ବ୍ୟାରେଜ୍ ନିର୍ମାଣ ହେବ। ଏଥିରେ ୫୨  ହଜାର ୬୭୫ ହେକ୍ଟର ଚାଷ ଜମି ଜଳସେଚିତ ହୋଇ ପାରିବ। ଏହା ସହିତ ବ୍ରହ୍ମପୁର ମହାନଗରକୁ ଦୈନନ୍ଦିନ ୬୭.୫ ମିଲିୟନ ଲିଟର ଜଳ ଯୋଗାଇ ଦିଆଯିବ।

You Can Also Read: ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ନିଷେଧ, ଜାନୁଆରୀ ୧ରୁ ଲାଗୁ ହେବ ନିୟମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.