ପିଏମ୍ ମୋଦୀଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି, ଆବାସ ଯୋଜନାରେ ତିଆରି ହେବ ୩ କୋଟି ନୂଆ ଘର

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ହିଁ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି । ସରକାର ଗଠନ ପରେ ସୋମବାର ପ୍ରଥମ କ୍ୟାବିନେଟ୍ ବୈଠକ ହୋଇଛି । କ୍ୟାବିନେଟ୍ ନିଜର ପ୍ରଥମ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଗ୍ରାମୀଣ ଏବଂ ସହରାଞ୍ଚଳର ଗରିବଙ୍କ ପାଇଁ ୩ କୋଟି ଘର ନିର୍ମାଣ ଯୋଜନାକୁ ମଞ୍ଜୁରୀ ଦେଇଛି ।

ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ୩ କୋଟି ଅତିରିକ୍ତ ଘର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛି । ଭାରତ ସରକାର ୨୦୧୫-୧୬ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିଥିଲେ । ଏହା ଅଧିନରେ ୪.୨୧ କୋଟି ଘର ନିର୍ମାଣ ସରିଛି । ଏହି ଘରଗୁଡ଼ିକରେ ଶୌଚାଳୟ, ଏଲପିଜି ସଂଯୋଗ, ବିଜୁଳି ସଂଯୋଗ, ପାଣି ସଂଯୋଗ ଦିଆଯାଇଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.