୧୯ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ଅତିରିକ୍ତ ବଜେଟ୍‌କୁ ମିଳିଲା ଅନୁମୋଦ

Published By : Prameya-News7 Bureau | September 15, 2023 IST

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକରେ ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ ମିଳିଛି । ବସ୍‌ଷ୍ଟାଣ୍ଡ ଯୋଜନା 'ଲକ୍ଷ୍ମୀ'କୁ କ୍ୟାବିନେଟ୍ ମୋହର ବାଜିଛି। ସିଲିକନ ଓ ନିଷ୍ଟକୁ ୟୁନିଟାରୀ ୟୁନିଟାରୀ ୟୁନିଭର୍ସିଟି କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। କ୍ୟାବିନେଟ୍ ବୈଠକରେ ଖରିଫ ଋତୁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ବୁଢାବଳଙ୍ଗ ନଦୀରେ ବ୍ୟାରେଜ୍ ପାଇଁ ୧୨୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ୨ ନଦୀ ତୁରୀ ଓ ଗୁଣ୍ଟାଟ ନଦୀରେ ଆନିକଟ୍ ନିର୍ମାଣ ପାଇଁ ୧୦୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ବନ୍ଧୁ, କ୍ଷୁଦ୍ର  ଜଳସେଚନ ଉନ୍ନତିକରଣ ପାଇଁ ୨୪୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ଆଉ ଏକ ନିଷ୍ପତ୍ତିକ୍ରମେ ରାଜ୍ୟରେ ୩୫ଟି ଟୋଲ୍ ଗେଟ୍ ଉଚ୍ଛେଦ ପାଇଁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ବାଲେଶ୍ଵର ଓ ମୟୂରଭଞ୍ଜରେ ଭୂତଳ ପାଇପ୍ ଜଳ ପାଇଁ ୨୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

wp:heading {"level":4}

ଅଧିକ ପଢନ୍ତୁ- କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି; ଉଜ୍ୱଳା ୨.୦ରେ ଦିଆଯିବ ୭୫ ଲକ୍ଷ ମାଗଣା LPG, ଦେଶରେ ଖୋଲିବ ୪୪୦୦ ନୂଆ ଇ-ସେବା କେନ୍ଦ୍ର

/wp:heading

ବୈଠକରେ ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ ମିଳିଛି । ପ୍ରାୟ ୨୧ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମନ୍ତ୍ରୀ ପରିଷଦର ଅନୁମୋଦନ ପରେ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ ହେବ ।

ପେନସନ୍ ବ୍ୟବସ୍ଥା ସରଳୀକରଣ ପାଇଁ ଓସିଏସ୍  ପେନସନ୍ ରୁଲ୍‌ରେ ସଂଶୋଧନ କରାଯିବ। ଏଥିସହ ଜମି କିସମ ପରିବର୍ତ୍ତନ ଦେୟ ସଂପର୍କିତ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଅଣକୃଷି ଉଦ୍ଦେଶ୍ୟରେ ଜମି କିସମ ପରିବର୍ତ୍ତନକୁ ବଜାର ମୂଲ୍ୟର ୧ ପ୍ରତିଶତ ଦେୟ ରହିଛି। କ୍ୟାବିନେଟ୍ ବୈଠକରେ ଖରିଫ ଋତୁ ୨୦୨୩-୨୪ ସିଜିନରେ ୭୯ ଲକ୍ଷ ମେଟ୍ରିକ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ସହିତ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ବି ସରକାର କ୍ରୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.