scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୭ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ମିଶନ ଶକ୍ତି ମହିଳାଙ୍କ ପାଇଁ ଖୁସିର ଖବର  

21/07/2023 at 8:06 PM

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଶୁକ୍ରବାର ଲୋକସେବା ଭବନରେ  ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। କ୍ୟାବିନେଟରେ ୧୭ ପ୍ରସ୍ତାବ ଉପରେ ମୋହର ବାଜିଛି। ମିଶନ ଶକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ମିଶନ ଶକ୍ତି ସ୍କୁଟର ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି। ଏହି ଯୋଜନାରେ ମିଶନ ଶକ୍ତିରେ ଜଡ଼ିତ ମହିଳାଙ୍କୁ ସ୍କୁଟି ମିଳିବ।

ଅଧିକ ପଢନ୍ତୁ- ରାଜ୍ୟ କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ, ‘ମୋ ଘର’ ଉପରେ ଲାଗିଲା ମୋହର

ଏଥିସହ ବୈଠକରେ ସେମିକଣ୍ଡକ୍ଟର ଉତ୍ପାଦନ ଓ ଫାବଲେସ ନୀତିକୁ ମଞ୍ଜୁରୀ ମିଳିଛି। ଏଥିରେ ସେମିକଣ୍ଡକ୍ଟର ଓ ଚିପ୍ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି ହେବ। ସମନ୍ଵିତ କ୍ୟାନସର କେୟାର ପ୍ଲାନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସମବାୟ ମାର୍କେଟିଂ ଫେଡେରେସନ ପାଇଁ କର୍ପସ ଫଣ୍ଡ ଗଠନ ହୋଇଛି। ଏହା ବ୍ୟତୀତ ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ ହେବ । ଚଳିତ ଆର୍ଥିକ ବର୍ଷରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ଏଥିରେ ଚାଷୀ ମାନଙ୍କ ଆର୍ଥିକ ବିକାଶ ଘଟିବ।

   Related Posts