୧୫ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେବ ରାସ୍ତା

Published By : Prameya-News7 Bureau | June 21, 2023 IST

ଭୁବନେଶ୍ଵର: ବୁଧବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସୌରା ଭାଷାକୁ ସେଡୁଲ ଭାଷାରେ ରଖିବା ପ୍ରସ୍ତାବ ଗୃହୀତ ହୋଇଛି ।ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅଧିକ ରାସ୍ତା ନିର୍ମାଣ ନିଷ୍ପତିକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାସହିତ ମଝିଘରିଆଣୀ ଠାକୁରାଣୀ ମନ୍ଦିର ପାଇଁ ରେଲଓ୍ଵେରୁ ଆସିଥିବା ଜମିକୁ ହସ୍ତାନ୍ତର କରିବା ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିଛି ।

୧୫ଟି ପ୍ରସ୍ତାବ ମଧ୍ୟରୁ ମହତ୍ଵପୂର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା। ଏହି ଯୋଜନାରେ ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀକରଣ ଲକ୍ଷ୍ୟ ରଖାଯାଇଛି।  ଅପହଞ୍ଚ ଓ ଅସଂଯୋଜିତ ଗ୍ରାମାଞ୍ଚଳକୁ ମୁଖ୍ୟ ସଡ଼କ ସହ ଯୋଡ଼ିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାରେ ୩୬୧ କିମି ରାସ୍ତା ନିର୍ମାଣ ହେବ, ସେଥିପାଇଁ ୯୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

wp:heading {"level":4}

ଏ ଖବର ପଢନ୍ତୁ- କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ଭେଟି, ୧୧୬ ପ୍ରକଳ୍ପ ପାଇଁ ୨୦କୋଟି ୪୫ଲକ୍ଷ ଟଙ୍କା ମଞ୍ଜୁର

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.