CAA ବିରୋଧ: ଫିରୋଜାବାଦରେ ଜଣେ ବିକ୍ଷୋଭକାରୀ ମୃତ, ବିଜନୋରରେ ସୁରକ୍ଷା କର୍ମୀଙ୍କୁ ଉପଦ୍ରବିଙ୍କ ଗୁଳି, ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବାକୁ DCP ଗାଇଲେ ଜାତୀୟ ସଙ୍ଗୀତ

Published By : Prameya-News7 Bureau | December 20, 2019 IST

ନୂଆଦିଲ୍ଲୀ ୨୦।୧୨ :  ନାଗରିକ (ସଂଶୋଧିତ) ଆଇନ (ସିଏଏ)କୁ ଶୁକ୍ରବାର ମଧ୍ୟ ବିରୋଧ ଜାରି ରହିଛି। ଫଳରେ ରାଜଧାନୀ ଦିଲ୍ଲୀ ପୁଣି ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହୋଇଥିବା ବେଳେ ଗତକାଲି ଭଳି ଆଜି ମଧ୍ୟ ବିଭିନ୍ନ ଗନ୍ତବ୍ୟରେ ବିମାନ ଉଡାଣ ବ୍ୟହତ ହୋଇଛି। ତେବେ ଗତକାଲି ୧୯ ବିମାନର ଉଡାଣ ବାତିଲ ହୋଇଥିବା ବେଳେ ଶୁକ୍ରବାର ୨୫ଟି ଉଡାଣ ବାତିଲ ହୋଇଥିବା ଜଣାପଡିଛି।

{"id":200268,"sizeSlug":"large"}

ସେପଟେ ଶୁକ୍ରବାର ନାମଜ୍ ପରେ ୟୁପି ବିଜନୋରରେ ଅଚାନକ ଲୋକେ ପ୍ରତିକ୍ରିୟାଶୀଳ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସ ଓ ସୁରକ୍ଷା କର୍ମୀଙ୍କ ଉପରକୁ ଟେକାପଥର ସାଙ୍ଗକୁ ଗୁଳିମାଡ କରିଛନ୍ତି। ଫଳରେ ଜଣେ ରାପିଡ ଆକ୍ସନ ଫୋର୍ସ ଜବାନ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ସୁରକ୍ଷା କର୍ମୀଙ୍କ ଜବାବି କାର୍ଯ୍ୟାନୁଷ୍ଠାନରେ ଜଣେ ଉପଦ୍ରବୀ ପ୍ରାଣ ହରାଇଥିବା ଜଣାପଡିଛି। କେବଳ ଫୈଜାବାଦ ନୁହେଁ ଗୋରଖପୁର, ସମ୍ଭଲ, ମୁଜଫର ନଗର ସମେତ ଅନେକ ଅଞ୍ଚଳରେ ଲୋକେ ନମାଜ ପରେ  ପୋଲିସ ସହ ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଫିରୋଜାବାଦରେ ନାଲାମ୍ବଦନରେ ଉତ୍ତେଜିତ ଲୋକେ ପୋଲିସ ଫାଣ୍ଡି ପୋଡି ଦେବା ସହ ସୁରକ୍ଷା କର୍ମୀଙ୍କ ଉପରକୁ ଅନ୍ଧାଦୁନିଆ ଗୁଳିମାଡ କରିଥିଲେ। ଫଳରେ ୧୪ରୁ ଅଧିକ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ବିକ୍ଷୋଭକାରୀ ଦୋକାନ ବଜାର ସମେତ ଯାନବାହାନରେ ବି ଏଠାରେ ନିଆଁ ଲଗାଇଦେଇଥିବା ଜଣାପଡିଛି।

{"id":200267,"sizeSlug":"large"}

ପ୍ରଦର୍ଶନକାରୀଙ୍କୁ ଘଉଡାଇବା ଲାଗି ବିଭିନ୍ନ ସ୍ଥାନରେ ପୋଲିସ ରବର ବୁଲେଟ୍, ପାଣି ଓ ଲୁହବୁହା ବାସ୍ପ ପ୍ରୟୋଗ କରିଥିବା ବେଳେ ଫିରୋଜାବାଦରେ ପୋଲିସ ଗୁଳିରେ ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଛି। ୟୁପି ରାଜଧାନୀ ଲକ୍ଷ୍ନୌରେ ଡ୍ରୋନ ଲଗାଇ ପୋଲିସ ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖିଥିବା ବେଳେ ଅପରାହ୍ଣ ୩ଟାରୁ ଇଣ୍ଟରନେଟ ସେବା ଅସ୍ଥାୟୀ ଭାବେ ଠପ ରଖିଛି। ରାଜଧାନୀ ଦିଲ୍ଲୀର ଦରିଆଗଞ୍ଜରେ ଶୁକ୍ରବାର ଉଗ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ  ଜମା ମସଜିଦ୍‌ରେ ମଧ୍ୟ ବିକ୍ଷୋଭକାରୀ ଠୁଳ ହୋଇଥିଲେ। ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମେଟ୍ରୋ ରେଳ ସେବା ଠପ ରହିଥିବା ବେଳେ ବୁଲନ୍ଦସରରେ ମଧ୍ୟ ଇଣ୍ଟରନେଟ୍ ସେବା ଠପ କରିଦିଆଯାଇଛି।

{"id":200266,"width":579,"height":327,"sizeSlug":"large"}

ତେବେ କର୍ଣ୍ଣାଟକ ବେଙ୍ଗାଲୁରରେ ଶୁକ୍ରବାର ସିଏଏ ବିରୋଧ ଲାଗି ବିକ୍ଷୋଭକାରୀଙ୍କୁ ଶାନ୍ତ କରିବା ଲାଗି ଡିସିପି ଚେତନ ସିଂ ରାଠୋର ମାଇକ୍ରୋଫୋନରେ ଜାତୀୟ ସଙ୍ଗୀତ ଗାନ କରିବା ପରିସ୍ଥିତିକୁ ଅନେକ ପରିମାଣରେ ପ୍ରଶମିତ କରିଛି। ଡିସିପି ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବା ଯୋଗୁ ଲୋକେ ଶାନ୍ତ ଛିଡା ହୋଇରହିଥିଲେ। ଜାତୀୟ ସଙ୍ଗୀତ ପରେ ଅନେକ ଲୋକ ବିକ୍ଷୋଭସ୍ଥଳ ଛାଡି ଚାଲିଯାଇଥିଲେ। ଏଣୁ ଉପୁଜିବାକୁ ଯାଉଥିବା ପରିସ୍ଥିତି ଆୟତ୍ତ ହୋଇଥିବା ବେଳେ ଏବେ ଡିସିପିଙ୍କ ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.