ପ୍ରକାଶ ପାଇଲା ସିଏ ପରୀକ୍ଷାଫଳ ; ଦର୍ଜୀଙ୍କ ପୁଅ ସଦାବ ହୁସେନ କଲେ ଟପ

Published By : Prameya-News7 Bureau | January 24, 2019 IST

ସିଏ ବା ଚାର୍ଟାଡ଼ ଆକାଉଣ୍ଟସ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି | ପରୀକ୍ଷାରେ ରାଜସ୍ଥାନର ସାଦାବ ହେସନ ଟପ କରିଛନ୍ତି | ମୋଟ ୮୦୦ ମାର୍କରୁ ୫୯୭ ନମ୍ବର ଅର୍ଥାତ ୭୪.୬୩ ପ୍ରତିଶତ ରଖି ସେ ଟପ କରିଛନ୍ତି |
ସାଦାବ ହେସନ କୋଟା ୟୁନିଭର୍ସିଟିରେ ବି.କମ କରିଛନ୍ତି | ସଦାବଙ୍କ ପରିବାରରେ ବାପା, ମା' ଏବଂ ୪ ଭଉଣୀ ଅଛନ୍ତି | ୪ ଭଉଣୀରେ ଜଣେ ଗୋଟିଏ ଭାଇ | ତାଙ୍କ ବାପା ପେସାରେ ଜଣେ ଦର୍ଜୀ | ମା' ଦଶମ ଶ୍ରେଣୀ ଯାଏଁ ପଢ଼ିଛନ୍ତି | ବାପା ମା ଏତେ ପାଠ ନପଡ଼ି ମଧ୍ୟ ସାଦାବ କଠିନ ପରିଶ୍ରମ କରି ସିଏରେ ଟପ କରିଛନ୍ତି |


କ'ଣ ଥିଲା ତାଙ୍କର ଟିପ୍ସ ଜାଣନ୍ତୁ :
ସେ କହିଛନ୍ତି ବହୁତ ରିସର୍ଚ ଏବଂ ବୟୋଜ୍ୟେଷ୍ଠଙ୍କ ସହ ଆଲୋଚନା ପରେ ସେ ସିଏ କରିବା ନିଷ୍ପତ୍ତି ନେଇଥିଲେ | ପ୍ରତିଦିନ ୧୩ରୁ ୧୪ ଘଣ୍ଟା ସେ ପରିଶ୍ରମ କରୁଥିଲେ | ହୁସେନ କହିଛନ୍ତି ଯେ, ପଢିବା ବେଳେ ପ୍ରତ୍ୟେକ ୩ଘଣ୍ଟାରେ ଥରେ ସେ ୩୦ରୁ ୪୦ ମିନିଟର ବ୍ରେକ ନେଉଥିଲେ | ପାଠପଢା ଷ୍ଟ୍ରେସରୁ ନିଜକୁ ବଞ୍ଚଇବା ପାଇଁ ସେ ପ୍ରାତଦିନ ୨ରୁ ୩ କି:ମି ମର୍ନିଙ୍ଗୱାକ କରୁଥିଲେ | ପରୀକ୍ଷା ପାଖେଇ ଆସିଲେ ସେ ମନକୁ ଶାନ୍ତ ରଖୁଥିଲେ | କୌଣସି ପ୍ରକାର ଚିନ୍ତାରୁ ନିଜକୁ ଦୁରେଇ ରଖୁଥିଲେ | ପରୀକ୍ଷା ପାଖେଇ ଆସିଲେ ସେ ପଢା ସମୟ କମ କରିଦେଉଥିଲେ |


ପରୀକ୍ଷାରେ ସଫଳ ହେବ ପାଇଁ ସେ ଏକ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ | ପୁରୁଣା ପରୀକ୍ଷାପତ୍ର ପଢି ସେ ଅନୁସାରେ ସେ ପ୍ରସ୍ତୁତି କରୁଥିଲେ | ପୁରୁଣା ପ୍ରଶ୍ନପତ୍ରରୁ ୩/୪ଟି ଭଲ ଭଲ ପ୍ରଶ୍ନ ବାହାର କରି ଅଭ୍ୟାସ କରୁଥିଲେ, ଯେଉଁଥିରେ ୪୦ ନମ୍ବର ଆସିବ ଏବଂ ସେହି ପ୍ରଶ୍ନକୁ ଘଣ୍ଟେ ଭିତରେ ସମାଧାନ କରାଯାଇପାରିବ | ବଳକା ୨ ଘଣ୍ଟା ସ୍କୋରିଙ୍ଗ ମାର୍କ ପାଇଁ ରଖୁଥିଲେ | ହୁସେନ କହିଛନ୍ତି ଯେ, ଅଧା ଘଣ୍ଟା ସମୟ ଆମକୁ ନିଜକୁ ଦେବା ଉଚିତ | ଏହି ଅଧା ଘଣ୍ଟାରେ ଆମକୁ ଅତୀତରେ ବିତିଯାଇଥିବା ଦିନ ବିଷୟରେ ଭାବିବା ଉଚିତ | ଯାହାଫଳରେ ଟାଇମ ମେନେଜ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.