ସି-ଭୋଟର ୨୦୨୪ ଓପିନିୟନ ପୋଲ: ଜାଣନ୍ତୁ ମୋଦିଙ୍କୁ ମିଳିବକି ତୃତୀୟ କାର୍ଯ୍ୟକାଳ ନା ବାଧା ଦେବ ଦକ୍ଷିଣ ଭାରତ?

Published By : Prameya-News7 Bureau | December 26, 2023 IST

ନୂଆଦିଲ୍ଲୀ ୨୬।୧୨: ବିଜେପି ଓ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ଲାଗି ନିଜନିଜର ନିର୍ବାଚନୀ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ। ଏଥିରେ ବିଜେପି ଆଗାମୀ ସାଧାରଣ ନିର୍ବାଚନରେ ଦଳ ନିମନ୍ତେ ୪୦୦ ଲୋକସଭା ଆସନ ଟାର୍ଗେଟ୍ କରିଛି। କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ମୋଦିଙ୍କୁ  ଚ୍ୟାଲେଞ୍ଜ କରିବା ପାଇଁ ଆସନ ବଣ୍ଟା ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିଛନ୍ତି। ଏଥିରେ ସି-ଭୋଟର ଏକ ଜନମତ ସର୍ଭେ ରିପୋର୍ଟ ଆସିଛି। ଯେଉଁଥିରେ ଦକ୍ଷିଣ ଭାରତ ଓ ଉତ୍ତରାଞ୍ଚଳ ରାଜ୍ୟମାନଙ୍କରେ ଉଭୟ ଦଳଙ୍କ ନିମନ୍ତେ ସମ୍ଭାବିତ ଆସନ ଅନୁମାନ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି।

ସି-ଭୋଟର ସର୍ଭେରେ ବିଜେପିକୁ ଉତ୍ତରରେ ବଢତି ଦେଉଛି, ଏଥିରେ ଦକ୍ଷିଣରେ କଂଗ୍ରେସ ଓ ସହଯୋଗୀ ମେଣ୍ଟଙ୍କୁ ଲାଭ ହେଉଥିବାର ଦେଖାଯାଇଛି। କରାଯାଇଥିବା ଆକଳନରେ ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ବିଜେପିକୁ ୨୭ରୁ ୨୯ଟି ଆସନ ମିଳୁଥିବାର ଅନୁମାନ କରାଯାଇଥିବା ବେଳେ କଂଗ୍ରେସକୁ ୦-୨ଟି ଆସନ ମିଳିପାରେ ବୋଲି ଅନୁମାନ କରାଯାଇଛି। ସେହିପରି ରାଜସ୍ଥାନରେ ୨୫ଟି ଲୋକସଭା ଆସନରୁ ବିଜେପିକୁ ୨୩ରୁ ୨୫ଟି ଆସନ ମିଳିଥିବାର ଆକଳନ କରାଯାଉଥିବା ବେଳେ କଂଗ୍ରେସକୁ ମଧ୍ୟପ୍ରଦେଶ ଭଳି ୦-୨ଟି ଆସନ ମିଳୁଥିବାର ଅନୁମାନ କରାଯାଇଛି।

{"id":888062,"width":841,"height":481,"sizeSlug":"full","linkDestination":"none"}

ଛତିଶଗଡର ୧୧ ଲୋକସଭା ଆସନରୁ ବିଜେପି ୯-୧୧ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଉଥିବା ବେଳେ ଏଠାରେ ମଧ୍ୟ  କଂଗ୍ରେସକୁ  ୦-୨ଟି ଆସନ ମିଳିବ ବୋଲି ଅନୁମାନ କରାଯାଉଛି। କର୍ଣ୍ଣାଟକରେ ଯେଉଁଠି ଚଳିତବର୍ଷ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା ସେଠାକାର ୨୮ ଲୋକସଭା ଆସନରୁ ବିଜେପିକୁ ୨୨ରୁ ୨୪ଟି ଆସନ ମିଳୁଥିବାର ଅନୁମାନ କରାଯାଉଥିବା ବେଳେ କଂଗ୍ରେସକୁ ୪-୬ଟି ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି। ସେହିପରି ତେଲେଙ୍ଗାନା ଯେଉଁଠି କଂଗ୍ରେସର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ସେଠାରେ ବିଜେପିକୁ ୧-୩ଟି ଆସନ ମିଳୁଥିବା ବେଳେ କଂଗ୍ରେସକୁ ୯-୧୧ ଆସନ ମିଳିବ ବୋଲି ଅନୁମାନ କରାଯାଉଛି। ଏଠାରେ ବିଆରଏସକୁ ୩ରୁ ୫ଟି ଆସନ ମିଳିପାରେ।

ସେପଟେ ୫ ପ୍ରମୁଖ ରାଜ୍ୟ ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶରେ ମୋଟ ୨୨୩ଟି  ଲୋକସଭା ଆସନ ରହିଛି। ଏଥିରୁ ବିଜେପିକୁ ୧୨୫ରୁ ୧୩୦ ସିଟ୍‌ ମିଳିବାର ଆକଳନ କରାଯାଉଛି। କୌଣସି ପାର୍ଟିକୁ ଦିଲ୍ଲୀରେ ସରକାର ଗଢିବା ପାଇଁ ଏହି ୫ ରାଜ୍ୟଙ୍କ ଭୋଟ ଯୋଗଦାନ ଉଲ୍ଲେଖନୀୟ । ଉତ୍ତରପ୍ରଦେଶର ୮୦ ଲୋକସଭା ଆସନରୁ ବିଜେପି ଓ ମେଣ୍ଟ ଦଳକୁ ୭୩ରୁ ୭୫ଟି ଆସନ ମିଳୁଥିବାର ଅନୁମାନ କରାଯାଉଛି। ଏଥିରେ କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ମାତ୍ର ୪ରୁ ୬ଟି ଆସନ ମିଳୁଥିବା ବେଳେ ବସପାକୁ ୦ରୁ ୨ଟି ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି।

{"id":888063,"sizeSlug":"full","linkDestination":"none"}

ପଞ୍ଜାବରେ ଏବେ ଆମ ଆଦମୀ ପାର୍ଟିର ରାଜ୍ୟ ସରକାର ରହିଛି। ହେଲେବି ଲୋକେ ଏଠାରେ କଂଗ୍ରେସକୁ ଏବେ ଅଧିକ ପସନ୍ଦ କରୁଛନ୍ତି। ସେହି ଅନୁସାରେ ପଞ୍ଜାବର ୧୩ ଲୋକସଭା ଆସନରୁ କଂଗ୍ରେସକୁ ୫-୭ ଆସନ ମିଳୁଥିବା ବେଳେ ଆପ କୁ ୪-୬, ବିଜେପିକୁ ୨ ଓ ସିରୋମଣୀ ଅକାଳୀ ଦଳକୁ ୦-୨ଟି ଆସନ ମିଳିବ ବୋଲି ସର୍ଭେ କହୁଛି। ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ କଂଗ୍ରେଲ ପ୍ଲସ୍ (ଶିବସେନା (ୟୁବିଟି), ଶରଦ ପାୱାରଙ୍କ ଏନସିପି) ମିଳିତ ମୋଟ ୨୬ରୁ ୨୮ଟି ଆସନ ହାତଉଥିବା ବେଳେ ବିଜେପି ପ୍ଲସଙ୍କୁ ୧୯ରୁ ୨୧ଟି ଆସନ ମିଳୁଥିବା ଓ ଅନ୍ୟଙ୍କୁ ୦ରୁ ୨ଟି ଆସନ ଯାଉଥିବା ସର୍ଭେରୁ ଜଣାପଡୁଛି।

ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରେ ବିଜେପିକୁ ତୃଣମୂଳ କଂଗ୍ରେସର ଶକ୍ତିକୁ ସାମ୍ନା କରିବାକୁ ପଡିବ। ତଥାପି ଏଠାରୁ ବିଜେପିକୁ ୧୬ରୁ ୧୮ଟି ଆସନ ମିଳିବାର ଅନୁମାନ କରାଯାଉଛି। ଏଥିରେ କ୍ଷମତାସୀନ ଟିଏମସିକୁ ୨୩ରୁ ୨୫ଟି ଆସନ ମିଳୁଥିବାବେଳେ କଂଗ୍ରେସ ଓ ସିପିଏମକୁ ୦-୨ଟି ଆସମ ମିଳିପାରେ ବୋଲି ଅନୁମାନ କରାଯାଉଛି। ସେହିପରି ବିହାରର ୪୦ଟି ଲୋକସଭା ଆସନରେ ନିର୍ବାଚନ ହେବ। ଏଠାରେ କଂଗ୍ରେସ ପ୍ଲସ୍ (କଂଗ୍ରେସ, ଜେଡିୟୁ ଓ ଆରଜେଡି) ୨୧ରୁ ୨୩ ଆସନ ଜିତି ପାରନ୍ତି। ବିଜେପି ପ୍ଲସ୍‌କୁ ୧୬ରୁ ୧୮ ଆସନ ମିଳିବ ବୋଲି ଅନୁମାନ କରାଯାଉଛି। ସେହିପରି ଅନ୍ୟମାନଙ୍କୁ ୦ରୁ ୨ଟି ସିଟ୍ ମିଳିପାରେ।

{"id":888066,"sizeSlug":"full","linkDestination":"none"}

ଏହି ୧୦ ରାଜ୍ୟରେ ମୋଟ ୩୩୩ଟି ଲୋକସଭା ଆସନ ଥିବା ବେଳେ ଏଥିରୁ ବିଜେପି ଓ ଏନଡିଏ ୨୧୦ ଆସନ ଜିତିବାର ସମ୍ଭାବନା ରହୁଛି। ଯଦି ସର୍ଭେକ୍ଷଣକୁ ବିଶ୍ୱାସକୁ ନିଆଯାଏ ବିଜେପିକୁ ୨୧୨ ଆସନରୁ ୯୦ଟିରେ କଠିନ ମୁକାବିଲାର ସମ୍ମୁଖୀନ ହେବାକୁ ପଡିବ। ଯେଉଁଥିରେ ତାମିଲନାଡୁର ୩୯, ଆନ୍ଧ୍ରପ୍ରଦେଶର ୨୫, କେରଳର ୨୦, ଓଡିଶାର ୨୧, ଆସାମର ୧୪ ଓ ଗୁଜରାଟର ୨୬ ସିଟ୍‌ ରହିଛି। ଆସାମ ଓ ଗୁଜରାଟ ଆସନ ହୁଏତ ବିଜେପି ହାତେଇ ନେଇପାରେ ତେବେ ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡୁରେ ବିଜେପି ସଫଳ ହେବ କି ନା ସେ ନେଇ ଏବେବି ସନ୍ଦେହ ରହିଛି।

ଏଣୁ ୪୦୦ ବା ଅନୁନ୍ୟ ୩୫୦ ଆସନ ଜିତି ୨୦୧୯ଠାରୁ ବି ବଡ଼ ବିଜୟର ଯୋଜନା କରୁଥିବା ବିଜେପିକୁ ବିହାର, ମହାରାଷ୍ଟ୍ର, ଓଡିଶା ଏବଂ ଦକ୍ଷିଣ ରାଜ୍ୟମାନଙ୍କରୁ ୨୦୨୪ର ରେକର୍ଡ ସ୍ୱପ୍ନ ଭାଙ୍ଗୁଥିବାର ଦେଖାଯାଉଛି। ଯଦି ସର୍ଭେକ୍ଷଣକୁ ବିଶ୍ୱାସ କରାଯାଏ ତେବେ ଏନଡିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ତୃତୀୟ କାର୍ଯ୍ୟକାଳ ହାସଲ କରିବା ପାଇଁ ୨୦୧୯ରେ ମିଳିଥିବା କେତେକ ଆସନ ସହ ସମ୍ଭବ ହୋଇପାରେ ବୋଲି ଦେଖାଯାଉଛି।  

କର୍ଣ୍ଣାଟକରେ ପରିବାରଙ୍କ ମାସିକ ହାରାହାରି ଆୟ ସବୁଠୁ ଅଧିକ, ପଛରେ ପଡିଲା ମହାରାଷ୍ଟ୍ର  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.