ବେଆଇନ ଭାବେ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିଲା ଟିକ୍ଟକ୍: ଗଣମାଧ୍ୟମରେ ସତ ମାନିଲା କମ୍ପାନୀ
23/12/2022 at 4:35 PM

ବେଜିଂ: ଟିକଟକ୍ରୁ ବେଇଆଇନ୍ ଭାବେ ଡାଟା ଚୋରି କରି ସାମ୍ବାଦିକଙ୍କୁ ଟ୍ରାକ୍ କରୁଥିଲା ଟିକ୍ଟକ୍ ପ୍ୟାରେଣ୍ଟ୍ସ କମ୍ପାନୀ ବାଇଟଡାନ୍ସ(ByteDanc) । ଏନେଇ କମ୍ପାନୀ ନିଜେ ସ୍ୱୀକାର କରିଛି। ଟିକ୍ଟକ୍ ମାଧ୍ୟମରେ ତଥ୍ୟ ନେଇ ସାମ୍ବାଦିକଙ୍କୁ ଟ୍ରାକ୍ କରିବା ସହିତ ଆଗୁଆ ଖବର ବିଷୟରେ ଅବଗତ ରହୁଥିଲା ବାଇଟଡାନ୍ସ।
ତେବେ ଭାରତ ଟିକ୍ଟକ୍ ଉପରେ ବ୍ୟାନ୍ ଲଗାଇବା ପରେ ଏହି ଆପ୍ର ସୁରକ୍ଷା ନେଇ ପ୍ରଶ୍ନ ଛିଡ଼ା ହୋଇଥିଲା। ହେଲେ ଆମେରିକା ଭଳି ବଡ଼ ବଜାରକୁ କମ୍ପାନୀ ଡାଟା ଚୋରି ହେଉନଥିବା ଆଶ୍ୱାସନା ଦେଇଥିଲା। ହେଲେ ସାମ୍ବାଦିକଙ୍କ ତଥ୍ୟ ଚୋରି କରିଥିବା ନିଜେ କମ୍ପାନୀ ଶୁକ୍ରବାର ସମାଚାର ଏଜେନ୍ସି ଏଫ୍ପିକୁ ସୂଚନା ଦେଇଛି।
କମ୍ପାନୀର ସୂଚନା ମିଡିଆରେ ଲିକ୍ ହେଉଛି ଏ ବିଷୟରେ ଜାଣିବା ପାଇଁ ଭିତିରି ତଥ୍ୟ ନେବା ପାଇଁ କମ୍ପାନୀ ସାମ୍ବାଦିକଙ୍କ ଟ୍ରାକ୍ କରୁଥିଲା। କମ୍ପାନୀର ଜେନେରାଲ କାଉନ୍ସିଲ ଏରିକ ଆଣ୍ଡରସନ ଦ୍ୱାରା ଲିଖିତ ଇ-ମେଲ୍ ଏଫ୍ପିକୁ ପଢ଼ିବା ପରେ ଏହି ସୂଚନା ଦେଇଛି। ଆଣ୍ଡରସନ ଲେଖିଥିବା ଚିଠିରେ କୁହାଯାଇଛି ଯେ ସେହି ସମୟରେ ସାମ୍ବାଦିକମାନେ ଟିକ୍ଟକର ଅତିତରେ ଲିକ୍ ହୋଇଥିବା ଖବର ଅନୁସାରେ ଖବର ପ୍ରକାଶ କରୁଥିଲେ।
ଫାଇନାନ୍ସିଆଲ୍ ଟାଇମ୍ସର ରିପୋର୍ଟର ଓ ବଜ୍ ଫିଡର ପୁରୁଣା ସାମ୍ବାଦିକଙ୍କ ଠାରୁ କମ୍ପାନୀ ସମ୍ବନ୍ଧୀତ ତଥ୍ୟ ପାଇଯିବା ଆଶାରେ କମ୍ପାନୀର କର୍ମଚାରୀମାନେ ଏପରି କରିଥିଲେ। ତେବେ ଯେଉଁମାନେ ଏପରି କରିଥିଲେ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେତେବେଳେ କମ୍ପାନୀର ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହୋଇଥିଲା। ଓ ଏରିକ ଏହାକୁ ନିନ୍ଦା କରନ୍ତି ବୋଲି ସେ ଏଫ୍ପିକୁ କହିଛନ୍ତି।
ତେବେ ସତରେ ସେହି କର୍ମଚାରୀଙ୍କୁ ଛଟେଇ କରାଯାଇଛି କି ନାହିଁ, କେତେ ଜଣଙ୍କୁ ନିଲମ୍ବିତ କରାଯାଇଛି ସେ ନେଇ ଏରିକ କିନ୍ତୁ କୌଣସି ସୂଚନା ଦେଇ ନାହାନ୍ତି। ବର୍ତ୍ତମାନ ସମୟରେ ଆମେରିକାର ଟିକ୍ଟକ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଜାସୁସୀ ଅଭିଯୋଗରେ କମ୍ପାନୀକୁ ଆମେରିକାର ବନ୍ଦ କରିଦିଆଯାଇପାରେ ବୋଲି ଆମେରିକା ସରକାର ଚିନ୍ତା କରୁଛନ୍ତି। ଖବ୍ଶୀଘ୍ର ଏନେଇ ଆମେରିକା ସଂସଦରେ ପ୍ରସ୍ତାବ ଆସିପାରେ ବୋଲି ଖବର ଶୁଣିବାକୁ ମିଳୁଛି।