ପୁଣି ୧ ହଜାର କର୍ମଚାରୀଙ୍କ ଛଟେଇ କଲା ବାଇଜୁସ, କମ୍ପାନୀ କହିଲା ଏହି କାରଣ…
2/02/2023 at 8:39 PM

ନୂଆଦିଲ୍ଲୀ, ୦୨/୦୨: ବଡ଼ ବଡ଼ କମ୍ପାନୀ ମାନେ କର୍ମଚାରୀଙ୍କ ଛଟେଇ ଜାରି ରଖିଛନ୍ତି। ମାଇକ୍ରୋସଫ୍ଟ, ଗୁଗଲ, ମେଟା ଭଳି କମ୍ପାନୀମାନେ ବଡ଼ ଆକାରରେ କର୍ମଚାରୀଙ୍କ ଛଟେଇ କରିଛନ୍ତି। ଭାରତୀୟ କମ୍ପାନୀମାନେ ମଧ୍ୟ କର୍ମଚାରୀଙ୍କ ଛଟେଇ କରିଛନ୍ତି। ଏହାରି ମଧ୍ୟରେ ଅନଲାଇନ୍ ଶିକ୍ଷାଦାନ କରୁଥିବା କମ୍ପାନ ବାଇଜୁସ୍ ପୁଣି ଥରେ ଏହାର କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୦୦୦ କର୍ମଚାରୀଙ୍କ ଛଟେଇ କରିବାକୁ ବାଇଜୁସ୍। କମ୍ପାନୀ ଏହାର ଇଞ୍ଜନିୟରିଂ, ସେଲ୍ସ, ଲଜିଷ୍ଟିକ୍ସ, ମାର୍କେଟିଙ୍ଗ୍ ଏବଂ କମ୍ୟୁନିକେସନ ଟିମରେ ଏହି ଛଟେଇ କରିବାକୁ ଯାଉଛି।
କମ୍ପାନୀ ମାଲିକ ବାଇଜୁ ରବିନ୍ଦ୍ରନ ୩୧ ଅକ୍ଟୋବର ୨୦୨୨ ରେ ୨୫୦୦ କର୍ମଚାରୀଙ୍କୁ ଏକ ଭାବବିହ୍ବଳପୂର୍ଣ୍ଣ ମେଲ୍ କରିଥଲେ ଏବଂ ଆର୍ଥିକ ଅସ୍ଥିରତା କାରଣରୁ କର୍ମଚାରୀଙ୍କ ଛଟେଇ ଯୋଜନା କହିଥିଲେ ଏବଂ ଲାଭ ପାଇଁ ଏକ ବଡ଼ ଦାମ୍ ଦେବାକୁ ପଡ଼ିଥାଏ ବୋଲି କହିଥିଲେ। ବାଇଜୁ ରବିନ୍ଦ୍ରନ କର୍ମଚାରୀଙ୍କ ଛଟେଇ ପାଇଁ ଦୁଃଖପ୍ରକାଶ କରିଥିଲେ।