ନୂଆଦିଲ୍ଲୀ, ୨୬/୦୬: ବାୟଜୁସ୍ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ନିକଟରେ କମ୍ପାନୀର ସଂସ୍ଥାପକ ବାୟଜୁ ରବିନ୍ଦ୍ରଙ୍କ ସହ ମତଭେଦ ଦର୍ଶାଇ ଏହାର ତିନି ବୋର୍ଡ ମେମ୍ବର ଇସ୍ତଫା ଦେଇଛନ୍ତି। କମ୍ପାନୀର ଅଡିଟର ଡେଲଇଟ ମଧ୍ୟ ବାୟଜୁସ୍ ଠିକ୍ ସମୟରେ ବିବରଣୀ ଦେଉନଥିବା କହି କମ୍ପାନୀର ସାଥ୍ ଛାଡ଼ିଥିଲା। ଆଉ ଏଭଳି ଭାବରେ ତିନି ବୋର୍ଡ ସଦସ୍ୟଙ୍କ ଇସ୍ତଫା ଏବଂ ଡେଲଇଟର କମ୍ପାନୀ ଛାଡ଼ିବା ଝଟକା ଦେଇଛି। ଏମିତି ସ୍ଥିତିରେ କମ୍ପାନୀ ପ୍ରତି ଥିବା ସବୁ ସନ୍ଦେହକୁ ଦୂର କରିବା ପାଇଁ ଜୁନ ୨୪ ଶନିବାର ଏହାର ଶେୟାରଧାରକଙ୍କ ବୈଠକ ଡକାଇଛି।
ଏହି ବୈଠକରେ ରବିନ୍ଦ୍ରନ ପ୍ରାୟ ୭୫ ଶେୟାରଧାରକଙ୍କ ସହ କଥା ହୋଇଛନ୍ତି। ରବିନ୍ଦ୍ରନ ଶେୟାରଧାରକଙ୍କୁ କେଉଁ ନିବେଶ ପାଇଁ କେତେ ଟଙ୍କା ଲଗାଇଛନ୍ତି ତାହା କହିଛନ୍ତି। ସୂଚନା ଅନୁଯାୟୀ, ରବିନ୍ଦ୍ରନ ପେରେଣ୍ଟ କମ୍ପାନୀରେ ୪୦୦ ମିଲିୟନ ଡଲାର, ଆକାଶ ନାମକ କମ୍ପାନୀ କିଣିବା ପାଇଁ ୨୫୦ ମିଲିୟନ ଡଲାର ଏବଂ ଆହୁରି ପାଣ୍ଠି ଏକାଠି ପାଇଁ ନିଜେ ସ୍ବୟଂ କିଛି ଶେୟାର ଦେବା ବଦଳରେ ଅତିରିକ୍ତ ୨୫୦ମିଲିୟନ ଡଲାର ନିବେଶ କରିଥିଲେ। ଯେଉଁ ସବୁ ଟଙ୍କା ସେ ନିବେଶ କରିଥିଲେ ସେଥିରେ ତାଙ୍କ ଦ୍ବାରା ଦିଆଯାଇଥିବା ସେୟାର ମଧ୍ୟ ରହିଛି। ଏବେ ତାହାର ଦାମ୍ ୨୨ ମିଲିୟନ ଡଲାର ରହିଛି।
ଆହୁରି ପଢ଼ନ୍ତୁ: ବାଇଜୁର ବଢିଲା ଅଡୁଆ, ବିବାଦ ଯୋଗୁ ବୋର୍ଡରୁ ୩ ବରିଷ୍ଠ ଅଧିକାରୀଙ୍କ ଇସ୍ତଫା
ରିବନ୍ଦ୍ରନ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ସେ ଅତୀତରେ କିଛି ଭୁଲ୍ କରିଛନ୍ତି କିନ୍ତୁ ଏଥିରୁ ବହୁତ କିଛି ଶିଖିଛନ୍ତି। ତେବେ ସେ ଚାହୁଛନ୍ତି ଶେୟାରଧାରକ ବୁଝନ୍ତୁ ଯେ ତାଙ୍କ ନୂଆ ଜ୍ଞାନ ତାଙ୍କର ପୂର୍ବ ଭୁଲ ଠାରୁ ଅଧିକ ଦାମୀ। ଏହି ବୈଠକରେ ଇସ୍ତଫା ଦେଇଥିବା ବୋର୍ଡ ସଦସ୍ୟ ମଧ୍ୟ ଥିଲେ ଏବଂ ତିନି ଜଣ ନିଜ ଇସ୍ତଫାର କାରଣ ସ୍ପଷ୍ଟ କରିଥିଲେ। ରବିନ୍ଦ୍ରନ ଏହା ମଧ୍ୟ କହିଛନ୍ତି ଯେ କମ୍ପାନୀ ଏପର୍ଯ୍ୟନ୍ତ ଇସ୍ତଫା ସ୍ବୀକାର କରିନାହିଁ। ତେବେ ଇସ୍ତଫା ଦେଇଥିବା ବୋର୍ଡ ସଦସ୍ୟ ଶେୟାରଧାରକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ପରିବର୍ତ୍ତନ ସମୟରେ କମ୍ପାନୀର ସାହାଯ୍ୟ କରିବେ। ରବିନ୍ଦ୍ରନ କହିଛନ୍ତି ସେ କିଛି ସପ୍ତାହରେ ବୋର୍ଡରେ ପରିବର୍ତ୍ତନ କରିବେ। ।