Byju’s ସିଇଓ ପଦରୁ ଇସ୍ତଫା ଦେଲେ ଅର୍ଜୁନ ମୋହନ, ଏବେ ଦାୟିତ୍ବ ସମ୍ଭାଳିବେ ଫାଉଣ୍ଡର

Published By : Prameya-News7 Bureau | April 15, 2024 IST

ନୂଆଦିଲ୍ଲୀ: ବାଇଜୁସର ସିଇଓ ପଦରୁ ଅର୍ଜୁନ ମୋହନଙ୍କ ଇସ୍ତଫା। ତାଙ୍କର ଇସ୍ତଫା ପରେ ଏବେ ଥିଙ୍କ୍‌ ଆଣ୍ଡ୍‌ ଲର୍ଣ୍ଣର ଫାଉଣ୍ଡର ବାଇଜୁ ରବିନ୍ଦ୍ରନ କମ୍ପାନିର ଦୈନନ୍ଦିନ କାର୍ଯ୍ୟଭାର ସମ୍ଭାଳିବେ।

ସୋମବାର ବାଇଜୁ ତରଫରୁ ଏକ ବୟାନରେ କୁହଯାଇଛିଯେ, ‘ମୋହନଙ୍କ ଇସ୍ତଫା ପରେ ଏବେ ବାଇଜୁ ରବିନ୍ଦ୍ରନ କମ୍ପାନିର ଦୈନିକ ପରିଚାଳନାକୁ ଆଗକୁ ବଢ଼ାଇବେ। ମୋହନ ଏବେ ବାହ୍ୟ ଆଡଭାଇଜରୀ ଭାବରେ ଭୂମିକା ନିଭାଇବେ। ସୂଚନାଯୋଗ୍ୟ, ଅର୍ଜୁନ ମୋହନଙ୍କୁ ବାଇଜୁ ଇଣ୍ଡିଆର ସିଇଓ ପଦ ପାଇଁ ସାତ ମାସ ପୂର୍ବେ ନିଯୁକ୍ତ କରାଯାଇଥିଲା। 

ତେବେ ନିଜ ବକେୟା ଋଣ, କର୍ମଚାରୀଙ୍କୁ ଦରମା ଏବଂ ଭେଣ୍ଡର୍ସଙ୍କ ବକେୟା ପରିଶୋଧ କରିବା ପାଇଁ କମ୍ପାନିର ସଂଘର୍ଷ କରୁଥିବାବେଳେ ଏବେ କମ୍ପାନିର କାର୍ଯ୍ୟଭାର ଫାଉଣ୍ଡର ବାଇଜୁ ରବିନ୍ଦ୍ରନ ସମ୍ଭାଳିବେ।

ଆହୁରି ପଢ଼ନ୍ତୁ:

ଯାଞ୍ଚରେ ବିଫଳ ହେଲା ପତଞ୍ଜଳି ମହୂ, କମ୍ପାନୀଙ୍କୁ ୧ ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ

ଆହୁରି ମଧ୍ୟ ବାଇଜୁସ ଏବେ ଆଉ ୟୁନିକର୍ଣ୍ଣ ହୋଇ ରହିନାହିଁ। ବାଇଜୁସର ଭ୍ୟାଲୁଏସନରେ ବ୍ୟାପକ ହ୍ରାସ କାରଣରୁ ଏବେ ଏହା ୟୁନିକର୍ଣ୍ଣ କାଟାଗୋରୀରୁ ବାଦ୍ ପଡ଼ିଛି। ମାତ୍ର ଗୋଟିଏ ବର୍ଷରେ ହିଁ କମ୍ପାନିର ଭ୍ୟାଲୁଏସନ ୨୨ ବିଲିୟନ ଡଲାରରୁ ଏବେ ୧ ବିଲିୟନ ଡଲାରରୁ ମଧ୍ୟ କମ୍‌ ହୋଇଛି। ବଡ଼ କଥା ହେଉଛି ବାଇଜୁସର ଭ୍ୟାଲୁଏସନରେ ଯେଉଁ ହ୍ରାସ ହୋଇଛି ତାହା ଦୁନିଆରେ କୌଣସିବି ଷ୍ଟାର୍ଟଅପ୍‌ରେ ଆସିଥିବା ହ୍ରାସଠାରୁ ସବୁଠୁ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.