ପୁଣି ସଙ୍କଟରେ ବାଇଜୁ, କର୍ମଚାରୀଙ୍କ ଦରମାରେ ହେଉଛି ବିଳମ୍ବ, ଘର ବନ୍ଧା ରଖୁଛନ୍ତି ମାଲିକ

Published By : Prameya-News7 Bureau | December 04, 2023 IST

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନଲାଇନ ଶିକ୍ଷା ଦାନ କମ୍ପାନି ବାଇଜୁ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ କମ୍ପାନି ଏହାର କର୍ମଚାରୀଙ୍କୁ ଦରମା ଦେବାରେ ବିଳମ୍ବ ହେଉଥିବା କୁହାଯାଉଛି। ଆଉ ଏମିତି କୁହାଯାଉଛି ଯେ, ଫାଉଣ୍ଡର ବାଇଜୁ ରବିନ୍ଦ୍ରନ ନିଜ ଘରକୁ ବିକି ଟଙ୍କା ଯୋଗାଡ଼ କରିଛନ୍ତି। ବ୍ଲମବର୍ଗର ଏକ ରିପୋର୍ଟ ଅନୁଯାୟୀ, କର୍ମଚାରୀଙ୍କୁ ଦରମା ପାଇଁ ନିଜ ବ୍ୟତୀତ ପରିବାର ଅନ୍ୟ ସଦସ୍ୟଙ୍କ ଠାରୁ ମଧ୍ୟ ସାହାଯ୍ୟ ନେଉଛନ୍ତି ।

ରିପୋର୍ଟ ଅନୁଯାୟୀ, ପରିବାର ନାଁରେ ଥିବା ଦୁଇଟି ଘର ଏବଂ ଏପ୍ସିଲୋନରେ ନିର୍ମାଣଧୀନ ବଙ୍ଗଳା ୧୨ ମିଲିୟନ ଡଲାର ପାଇଁ ବନ୍ଧା ରଖାଯାଇଛି । ସୋମବାର ବାଇଜୁର ମୂଳ କମ୍ପାନି, ଥିଙ୍କ୍‌ ଆଣ୍ଡ୍‌ ଲର୍ଣ୍ଣର ୧୫ ହଜାର କର୍ମଚାରୀଙ୍କୁ ଦରମା ପାଇଁ ଏହି ଅଥଁ ବ୍ୟବହାର ହୋଇଛି। ତେବେ, ରବିନ୍ଦ୍ରନ ଏବଂ ବାଇଜୁର ପ୍ରତିନିଧିଙ୍କ ପ୍ରତିକ୍ରିୟା ମିଳିନାହିଁ।

ଆହୁରି ପଢ଼ନ୍ତୁ: Byju’sର ବଢିବ ଅଡୁଆ ! ୧୬୦ କୋଟି ବକେୟା ମାମଲାରେ NCLTରେ ଯାଚିକା ଦାଖଲ କଲା ବିସିସିଆଇ

ସୂଚନାଥାଉକି, ଦିଗ୍ଗଜ ଷ୍ଟାର୍ଟଅପ୍‌ ରହିଥିବା ବାଇଜୁ ନିଜର ଆମେରିକା-ଆଧାରିତ ଡିଜିଟାଲ ପ୍ଲାଟଫର୍ମକୁ ପ୍ରାୟ ୪୦୦ ମିଲିୟନ ଡଲାରରେ ବିକିବା ପ୍ରକ୍ରିୟାରେ ରହିଛି। ବାଇଜୁ ୧.୨ ବିଲିୟନ ଡଲାରର ଟର୍ମ ଲୋନ ଉପରେ ସୁଧ ଦେୟ ନକରିପାରିବାରୁ ଏହାକୁ ନେଇ ଋଣଦାତାଙ୍କ ସହ ଆଇନଗତ ଲଢ଼େଇରେ ଫସିଛି।

ଉଲ୍ଲେଖଯୋଗ୍ୟ ଯେ, ବାଇଜୁର ମାଲିକ ରବିନ୍ଦ୍ରନ ୫ ବିଲିୟନ ଡଲାରର ମାଲିକ। ରବିନ୍ଦ୍ରନ କମ୍ପାନିରେ ନିଜର ସବୁ ଶେୟାର ମଧ୍ୟ ବନ୍ଧା ରଖି ବ୍ୟକ୍ତିଗତ ଭାବରେ ୪୦୦ ମିଲିୟନ ଡଲାର ଋଣ ନେଇଛନ୍ତି। ନିକଟରେ ଏକ ରେଟିଂ ଏଜେନ୍ସୀ ବାଇଜୁର ଭ୍ୟାଲ୍ୟୁଏସନ କମ୍‌ କରିଛି। ସେହିଭଳି ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ଅନୁଯାୟୀ, ୯,୩୬୨ କୋଟି ଟଙ୍କାର ରାଶିର ଉଲ୍ଲଘଂନ ପାଇଁ ବାଇଜୁ ଏବଂ ରବିନ୍ଦ୍ରନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏହିଭଳି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ବାରା ଏହି ରାଷ୍ଟ୍ରୀୟ କମ୍ପାନି ଆଇନ ନ୍ୟାୟାଧିକରଣରେ ମଧ୍ୟ ହାଜର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟରୁ Byjusକୁ ଝଟକା, ଲେଣ୍ଡର୍ସ ଜିତିଲେ ‘ବାୟଜୁସ୍ ଆଲଫା’ର ନିୟନ୍ତ୍ରଣ ମୋକଦ୍ଦମା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.