LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୨୦୨୪ ମାର୍ଚ୍ଚ ସୁଦ୍ଧା ଏକ ହଜାର ଲୋକଙ୍କୁ ଚାକିରି ଦେବ ଆକାଶା ଏୟାର, ଚଳିତ ବର୍ଷ ଡିସେମ୍ବର ପୂର୍ବରୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ନେଇ ରହିଛି ଲକ୍ଷ୍ୟ

24/03/2023 at 10:04 PM

ନୂଆଦିଲ୍ଲୀ, ୨୪/୦୩: ସାତ ମାସ ତଳେ ବିମାନ ସେବା ଆରମ୍ଭ କରିଥିବା ଆକାଶା ଏୟାରଲାଇନ୍‌ର ବଡ଼ ପ୍ରସ୍ତୁତି। ଉଡ଼ାଣ ସେବା ତଥା ବିମାନ କମ୍ପାନିର ବିସ୍ତାର କରିବା ପାଇଁ ଆକାଶାର ଏହାର ପ୍ରସ୍ତୁତି ଜାରି ରଖିଛି। ଏହି କ୍ରମରେ ଆକାଶା ଏୟାର ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରାୟ ୧୦୦୦ ଲୋକଙ୍କୁ ନିଯୁକ୍ତ କରିବ। ଏହି ନିଯୁକ୍ତି ଫରେ ଏୟାରଲାଇନ୍‌ର ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩,୦୦୦ରୁ ଅଧିକ ହେବ।ଏନେଇ କମ୍ପାନିର ସିଇଓ ବିନୟ ଦୁବେ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଶେଷ ସୁଦ୍ଧା ଆକାଶା ଏୟାରଲାଇନ୍‌ ଅନ୍ତର୍ଜାତୀୟ ଉଡ଼ାଣ କରିବା ନେଇ ଲକ୍ଷ୍ୟ ରଖିଛି। ଏବଂ ସମ୍ଭାବିତ ବିଦେଶୀ ଯାତ୍ରାର ଅନ୍ତିମ ରୂପ ଦେବାକୁ ପ୍ରକ୍ରିୟା ଜାରି ରହିଛି। ଆକାଶା ଏୟାରଲାଇନର ସିଇଓ ଦୁବେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏୟାରଲାଇନ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ତିନି ଅଙ୍କର ବିମାନ ଅର୍ଡର ଦେବ। ଆଉ ବିମାନ ବଢ଼ିବାକୁ ଲକ୍ଷ୍ୟ ରଖି ଏହି ନିଯୁକ୍ତି କରାଯିବ।

କମ୍ପାନି ୭୨ ଟି ବୋଇଂ ୭୩୭ ବିମାନ ଅର୍ଡର ଦେଇଛି ଯେଉଁଥିରୁ ୧୯ ଟି ସାମିଲ୍ ହୋଇସାରିଛି। ବର୍ତ୍ତମାନ ଏହି ସବୁ ବିମାନ ଦିନକୁ ୧୧୦ ଉଡ଼ାଣ ଭରୁଛନ୍ତି। ଦୁବେ ଚଳିତ ସପ୍ତାହରେ ଏକ ସାକ୍ଷାତକାରରେ କହିଥିଲେ। ଯେ ଆମ ପାଖରେ ୨୦୦୦ ରୁ ଅଧିକ କର୍ମଚାରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୧୧୦୦ ପାଇଲଟ ଏବଂ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଅଛନ୍ତି। ଆସନ୍ତା ବର୍ଷ ୩୦୦୦ କର୍ମଚାରୀ ହୋଇପାରନ୍ତି।

   Related Posts