୫ ରାଜ୍ୟରେ ଉପ-ନିର୍ବାଚନ, ୬ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ସିଟ୍ରେ ଚାଲିଛି ମତଦାନ
5/12/2022 at 9:05 AM

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ସହିତ ସୋମବାର ୫ଟି ରାଜ୍ୟରେ ଚାଲିଛି ଉପ-ନିର୍ବାଚନ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୫ଟା ଯାଏଁ ଚାଲିବ । ଉତ୍ତରପ୍ରଦେଶ ସମେତ ଓଡ଼ିଶା, ରାଜସ୍ଥାନ, ଛତିଶଗଡ଼ ଓ ବିହାରରେ ଉପ-ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି ।
ସୋମବାର ୫ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନ ଚାଲିଛି । ଉତ୍ତର ପ୍ରଦେଶର ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭା ଆସନରେ ଭୋଟିଂ ଚାଲିଛି । ସେହି ଓଡ଼ିଶା, ଛତିଶଗଡ଼, ରାଜସ୍ଥାନ, ବିହାରରେ ମଧ୍ୟ ଗୋଟିଏ ଲେଖାଏଁ ସିଟ୍ରେ ମତଦାନ ଜାରି ରହିଛି । ୟୁପିର ମୈନପୁର ଲୋକସଭା ଓ ରାମପୁରର ଖତୌଲି ବିଧାନସଭା ଆସନରେ ମତଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲ ପଡ଼ିଥିଲା । ତେବେ ଆଜି ଏହି ଲୋକସଭା କ୍ଷେତ୍ରରେ ବିଜେପି ଓ ଏସପି ମଧ୍ୟରେ କଡ଼ା ଟକ୍କର ଚାଲିଛି ।
ସେହିପରି ଓଡ଼ିଶାର ପଦ୍ମପୁର ବିଧାନସଭା ଆସନରେ ମତଦାନ ଚାଲିଛି । ବିଜୟ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ସିଟ୍ ଖାଲିପଡ଼ିଥିଲା । ପଦ୍ମପୁରରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟ ଫାଇଟ୍ ଚାଲିଛି । ସେହିପରି ରାଜସ୍ଥାନର ସରଦାରସହର ବିଧାନସଭା ଆସନ, ବିହାର କୁଢନୀ ଓ ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ଜାରି ରହିଛି ।