ସମିତି ସଭ୍ୟ ପଦବୀ ପାଇଁ ଉପ-ନିର୍ବାଚନ : ଭୋଟିଂ ଶେଷ, ଆସନ୍ତା ୧୧ରେ ଗଣତି
9/08/2023 at 6:55 PM

ସାନଖେମୁଣ୍ଡି ୯।୮: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଗୋକର୍ଣ୍ଣପୁର ପଂଚାୟତ ସମିତି ସଭ୍ୟ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଗତ ପଂଚାୟତ ନିର୍ବାଚନରେ ସମିତି ସଭ୍ୟା ରୂପେ ସୁନୀତା ସେଠୀ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷା ହୋଇଥିଲେ l ତେବେ ସୁନୀତା ସେଠୀଙ୍କ ଆକସ୍ମିକ ବିୟୋଗ ପରେ ଉପ – ନିର୍ବାଚନ ପାଇଁ ଆବଶ୍ୟକ ପଡିଥିଲା l

ଗୋକର୍ଣ୍ଣପୁର ପଂଚାୟତ ଛଅ ଗୋଟି ଗାଁରେ ୨୦ ଗୋଟି ବୁଥ୍ କରାଯାଇଥିବା ବେଳେ ୭୧୭୩ ଭୋଟରଙ୍କ ମଧ୍ୟରୁ ୪୪୦୮ ଜଣ ଭୋଟର ମତଦାନ କରିଥିଲେ l ୪ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ସକାଳ ୭ରୁ ଭୋଟ୍ ଆରମ୍ଭ ହୋଇ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମତଦାନ ହୋଇଥିଲା l ଭୋଟ୍ ବକ୍ସ ଗୁଡିକୁ ସୁରକ୍ଷା ବଳୟରେ ବ୍ଲକ କାର୍ଯ୍ୟାଳୟରେ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି l ଆସନ୍ତା ୧୧ ତାରିଖରେ ଗଣତି ହେବ ।
You Can Read :