ବିଶାଖାପାଟଣା୨୩।୨: ଭାରତ ୧୯୭୧ ଯୁଦ୍ଧରେ ପାକିସ୍ତାନର ଯେଉଁ ବୁଡ଼ା ଜାହାଜ ‘ଗାଜି’କୁ ସମୁଦ୍ରରେ ବୁଡାଇ ଦେଇଥିଲା ଏବେ ତାହାର ଧ୍ୱଂସାବଶେଷକୁ ସନ୍ଧାନ କରିଛି। ଭାରତୀୟ ନୌସେନାର ନୂଆ ରେସ୍କ୍ୟୁ ଭେଇକଲ (ଡିଏସଆରଭି) ପିଏନଏସ୍ ଗାଜିର ଧ୍ୱଂସାବଶେଷ ଖୋଜିଛି। ଏହା ୪ ଡିସେମ୍ବର ୧୯୭୧ରେ ବଙ୍ଗୋପସାଗରରେ ବୁଡ଼ି ଯାଇଥିଲା। ତେବେ ସମୁଦ୍ରରେ ସବମେରିନ୍ର ସନ୍ଧାନ ମିଳିବା ପରେ ମଧ୍ୟ ନେଭି ଏହାକୁ ଟଚ୍ ମଧ୍ୟ କରି ନାହିଁ।
ଭାରତୀୟ ନୌସେନାର ପରମ୍ପରା ଅନୁସାରେ ଆକ୍ସନରେ ସମୁଦ୍ରରେ ବୁଡି ଥିବା ଧ୍ୱଂସାବଶେଷକୁ ବାହାର କରେ ନାହିଁ। ଏହାର କାରଣ ମଧ୍ୟ ବହୁତ ଖାସ୍। ‘ଟେଞ୍ଚ୍’ ଶ୍ରେଣୀୟ ବୁଡ଼ା ଜାହାଜ ପୂର୍ବରୁ ଆମେରିକା ନେଭିରେ ସେବା ଦେଉଥିଲା। ସେତେବେଳେ ଏହାର ନାମ ‘ୟୁଏସଏସ୍ ଡିଆବ୍ଲୋ’ ଥିଲା। ବିଶାଖା ପାଟଣା ଉପକୂଳରୁ ପାଖାପାଖି ଅଢେଇ କିଲୋମିଟର ଦୂର ସମୁଦ୍ରର ୧୦୦ ମିଟର ଗଭୀରତାରେ ଏହାର ସନ୍ଧାନ କରାଯାଇଛି। ପିଏନଏସ୍ ଗାଜି ସମୁଦ୍ରରେ ସଲିଳ ସମାଧି ନେବା କାଳରେ ଏଥିରେ ମୋଟ ୯୩ ଜଣ ଥିଲେ।
wp:html/wp:html-#IndianNavy locates #Pakistan Sub PNS Ghazi wreckage
— Insightful Geopolitics (@InsightGL) February 22, 2024
-Ghazi was sunk off Vizag coast during Indo-Pak war in Dec 1971
-In true Indian tradition & out of respect for soldiers, IN would not recover the wreckage
-If it was Pak then they would have recovered Sub & desecrated bodies pic.twitter.com/7VhKpCc7Ss
ଏଥିରେ ୧୧ ଅଧିକାରୀ ଓ ୮୨ ଜଣ ନାବିକ ଥିଲେ। ଯେଉଁ ସମୟରେ ଗାଜିକୁ ସମୁଦ୍ରରେ ସବୁଦିନ ପାଇଁ ବୁଡାଇ ଦିଆଯାଇଥିବା ସେତେବେଳେ ଭାରତ ଓ ପାକିସ୍ତାନ ଯୁଦ୍ଧ ଚରମ ସୀମାରେ ଥିଲା। ଗାଜି ବୁଡିଯିବା ପରେ ପାକିସ୍ତାନର ସରେଣ୍ଡର ହୋଇଥିଲା ଓ ବିଶ୍ୱ ମାନଚିତ୍ରରେ ବାଂଲାଦେଶ ନାମରେ ଏକ ଦେଶ ସୃଷ୍ଟି ହୋଇଥିଲା। ଯୁଦ୍ଧ ସମୟରେ ପାକିସ୍ତାନ ଆମେରିକାରେ ନିର୍ମିତ ଗାଜିକୁ ଭାରତର ବିମାନ ବାହକ ପୋତ ଆଇଏନଏସ୍ ବିକ୍ରାନ୍ତକୁ ଧ୍ୱଂସ କରିବାକୁ ବଙ୍ଗୋପସାଗରକୁ ପଠାଇଥିଲା।
ଏଥି ପାଇଁ ଗାଜି ୧୪ ନଭେମ୍ବର ୧୯୭୧ରେ କରାଚୀ ବନ୍ଦର ଛାଡିଥିଲା ଓ ଚୁପଚାପ ୪,୮୦୦ କିଲୋମିଟର ଦୂର ବିଶାଖାପାଟଣା ଉପକୂଳକୁ ପହଞ୍ଚି ଯାଇଥିଲା। ତେବେ ଭାରତକୁ ଏହାର ସୂଚନା ମିଳିଯାଇଥିଲା ଓ ଏହା ପଛରେ ଆଇଏନଏସ୍ ରାଜପୁତକୁ ଲଗାଇ ଦିଆଯାଇଥିଲା। ସମୁଦ୍ରରେ ରାଜପୁତ ଗାଜିକୁ ସନ୍ଧାନ କରିବା ସହିତ ଏହାକୁ ସବୁଦିନ ପାଇଁ ସମୁଦ୍ର ତଳେ ସୁଆଇ ଦେଇଥିଲା। ତେବେ ପାକିସ୍ତାନ ଏ ପର୍ଯ୍ୟନ୍ତ ଏହାକୁ ଏକ ଦୁର୍ଘଟଣା ଜନିତ କାରଣ ବୋଲି ମନେ କରିଆସୁଛି।
{"id":912748,"width":841,"height":473,"sizeSlug":"full","linkDestination":"none"}ବିଶାଖାପାଟଣା ଉପକୂଳ ସମୁଦ୍ରରେ ବୁଡିଥିବା ଗାଜି ଏକାକୀ ବୁଡାଜାହାଜ ନୁହେଁ ଏଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳରେ ୧୨ ଫେବୃଆରୀ ୧୯୪୪ରେ ଜାପାନର ଏକ ସବମେରିନ ମଧ୍ୟ ବୁଡି ଥିଲା। ଦିଗ୍ଗଜ ନେଭି ଅଧିକାରୀମାନେ ବିଶାଖାପାଟଣା ଉପକୂଳରେ ଦୁଇଟି ସବମେରିନ ବୁଡିଥିବାର ଗଣମାଧ୍ୟମକୁ କହିଛନ୍ତି। ଜାପାନୀ ସବମେରିନକୁ ମଧ୍ୟ ନୌସେନା ଟଚ୍ କରୁ ନାହିଁ। ନେଭିର କହିବା କଥା ହେଲା ଆକ୍ସନ କାଳରେ ପ୍ରାଣ ହରାଇଥିବା ଲୋକେ ଚିରାନିଦ୍ରାରେ ଅଛନ୍ତି। ଆମେ ସେମାନଙ୍କ ଶାନ୍ତି ଭଙ୍ଗ କରିବାକୁ ଚାହୁଁନା।