ଚନ୍ଦ୍ରମାରେ ପାଦ ରଖିଥିବା ଦ୍ବିତୀୟ ବ୍ୟକ୍ତି, ୯୩ ବର୍ଷରେ କଲେ ଚତୁର୍ଥ ବିବାହ

Published By : Prameya-News7 Bureau | January 22, 2023 IST

ନୂଆଦିଲ୍ଲୀ, ୨୨/୦୧: ପୂର୍ବତନ ଆମେରିକୀୟ ବୈଜ୍ଞାନିକ ବଜ୍‌ ଅଲଡ୍ରିନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ ଏହି ବୈଜ୍ଞାନିକ ଜଣକ କରିଛନ୍ତି ଚତୁର୍ଥ ବିବାହ। ତେବେ ତାଙ୍କୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି କାରଣ ସେ ହେଉଛନ୍ତି ଚନ୍ଦ୍ରମାରେ ପାଦ ରଖିଥିବା ଦ୍ବିତୀୟ ବ୍ୟକ୍ତି। ଖାଲି ଯେ ସେ ଚନ୍ଦ୍ରମାରେ ପାଦ ରଖିଥିବା ଦ୍ବିତୀୟ ବ୍ୟକ୍ତି ସେଥିପାଇଁ ନୁହେଁ ବରଂ ସେ ୯୩ ବର୍ଷରେ ବିବାହ କରୁଥିବାରୁ ହେଉଛି ଚର୍ଚ୍ଚା।

ସୂଚନାଯୋଗ୍ୟ, ଚନ୍ଦ୍ରମାକୁ ଏପର୍ଯ୍ୟନ୍ତ କେବଳ ୧୨ ଜଣ ଯାଇଛନ୍ତି। ସେଥିମଧ୍ୟରୁ କେବଳ ଚାରି ଜଣ ଜୀବିତ ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ବଜ୍‌ ଜଣେ। ୧୯୬୯ ହୋଇଥିବା ଆପୋଲୋ-୧୧ ମିଶନ ଆମେରିକାକୁ ମହାକାଶରେ ବଡ଼ ବିଜୟ ହାସଲ କରାଇଥିଲା। ୧୯୬୧ ରେ ଆମେରିକା ରାଷ୍ଟ୍ରପତି ଜନ୍‌ ଏଫ୍‌ କେନେଡୀ ଘୋଷଣା କରିଥିଲେ ଯେ ଆମେରିକା ୧୦ ବର୍ଷ ମଧ୍ୟରେ ମହାକାଶ ମିଶନ ପୂରା କରିବ।

ଏହି ମିଶନରେ ମନୁଷ୍ୟ ସୁରକ୍ଷିତ ଭାବରେ ଚନ୍ଦ୍ରକୁ ଯାଇ ଫେରିବ। ଆଉ ଏହି ମିଶନର ନେତୃତ୍ବ ନେଇଥିଲେ ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍ ଏବଂ ତାଙ୍କ ସହ ସେହି ଏୟାରକ୍ରାଫ୍ଟରେ ଚନ୍ଦ୍ରକୁ ଯାଇଥିଲେ ବଜ୍ ଅଲଡ୍ରିନ୍। ଉଭୟ ୨ ଘଣ୍ଟା ୩୬ ମିନିଟ୍‌ ପର୍ଯ୍ୟନ୍ତ ଚନ୍ଦ୍ରମାରେ ରହିଥିଲେ ଏବଂ ଏହି ସମୟରେ ସେମାନେ ଚନ୍ଦ୍ରମା ବିତାଇଥିବା ସେହି ଅଢ଼େଇ ଘଣ୍ଟା ଚିତୟ ଟିଭିରେ ଦେଖିଥିଲେ ୬୦ କୋଟିରୁ ଅଧିକ ଲୋକ।

ବଜଙ୍କ ଜନ୍ମ ୨୦ ଜାନୁଆରୀ ୧୯୩୦ ରେ ଆମେରିକାର ନ୍ୟୁ ଜର୍ସୀରେ ହୋଇଥିଲା। ୧୯୫୧ ରେ ୟୁନାଇଟେଡ୍ ଷ୍ଟେଟ୍ସ ମିଲିଟ୍ରି ଏକାଡେମୀ ଓ୍ବେଷ୍ଟ ପଏଣ୍ଟରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ତାଙ୍କୁ ଆମେରିକାର ବାୟୁସେନାରେ ନିଯୁକ୍ତ କରାଯାଇଥିଲା। ମାସାଚୁଏଟ୍ସ ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲେଜୀ (ଏମଆଇଟି) ରୁ ସେ ଇଲେକ୍ଟେ୍ରାନିକ୍ସରେ ଡକ୍ଟର ଅଫ୍ ସାଇନ୍ସର ଡିଗ୍ରୀ ହାସଲ କରିଥିଲେ।

 ଏହା ପରେ ଏଲଡ୍ରିନଙ୍କୁ ନାସାର ଆଷ୍ଟେ୍ରାନଟ୍ ଗ୍ରୁପ୍-୩ ପାଇଁ ମନୋନୀତ କରାଯାଇଥିଲା। ଏଲଡ୍ରିନ୍ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ପ୍ରଥମ ମହକାଶଚାରୀ ଥଲେ। ତେବେ ୧୯୭୧ ରେ ସେ ନାସା ଛାଡ଼ିଥିଲେ। ଏହା ପରେ ସେ ଦୀର୍ଘ ୨୧ ବର୍ଷ ପର୍ଯ୍ୟନ୍ତ ଆମେରିକା ଏୟାର ଫୋର୍ସ ଟେଷ୍ଟ ପାଇଲଟ୍‌ ସ୍କୁଲରେ କମାଣ୍ଡେଣ୍ଟ ଭାବରେ କାମ କରିଥିଲେ।

ବଜ୍‌ଙ୍କ ବିବାହ ୬୩ ବର୍ଷୀୟ ଡା. ଫାର ଏନକାଙ୍କ ସହ କରିଛନ୍ତି । ଏନକାକେମିକାଲ ଇଞ୍ଜିନିୟରିଂରେ ପିଏଚ.ଡି ଏବଂ ଏବେ ଅଲଡ୍ରିନ୍‌ଙ୍କ କମ୍ପାନୀରେ ଏକ୍ସିକ୍ୟୁଟିଭ୍‌ ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି ।

wp:embed {"url":"https://twitter.com/TheRealBuzz/status/1616600085441159168?s=20\u0026t=IGCQHfGjEoDLcsJiuZhLtQ","type":"rich","providerNameSlug":"twitter","responsive":true}
https://twitter.com/TheRealBuzz/status/1616600085441159168?s=20&t=IGCQHfGjEoDLcsJiuZhLtQ
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.