ଏଲନ ମସ୍କ ସ୍ୱିଗୀକୁ କିଣିନିଅ,ତେବେ ସେମାନେ ଶୀଘ୍ର ଖାଦ୍ୟ ପହଞ୍ଚାଇବେ; କ୍ରିକେଟର ଶୁଭମନ ଗିଲ୍‌ଙ୍କର ଏହି ଟ୍ୱିଟ୍‌ ପରେ ମିଳିଲା କଡ଼ା ଜବାବ

Published By : Prameya-News7 Bureau | April 30, 2022 IST

ନୂଆଦିଲ୍ଲୀ: ବିଶ୍ୱର ନମ୍ବର ୱାନ୍ ଧନୀ ତଥା ଟେସ୍‌ଲା ଓ ସ୍ପେସଏକ୍ସର ସଂସ୍ଥାପକ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଇଣ୍ଟର୍‌ନେଟରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଅନେକ ଲୋକେ ଏଲନ୍‌ଙ୍କୁ ଅନ୍ୟ ସବୁ କମ୍ପାନୀ କିଣିନେଇ ସେଥିରେ ଥିବା ସମସ୍ୟାରେ ସୁଧାର କରିବାକୁ ଅପିଲ କରୁଛନ୍ତି।

ଆଉ ଏହି ଟ୍ରେଣ୍ଡରେ ସାମିଲ୍ ହୋଇ ହଟହଟା ହୋଇଛନ୍ତି ଭାରତୀୟ କ୍ରିକେଟର ଶୁଭମନ ଗିଲ୍। ସେ ମଧ୍ୟ ତାଙ୍କ ସମସ୍ୟା ନେଇ ମସ୍କଙ୍କୁ ଟ୍ୱିଟ୍ କରିଛନ୍ତି। ଶୁଭମନ ସ୍ୱିଗୀରେ ଖାଇବା ଅର୍ଡର କରିଥିଲେ। ହେଲେ ଖାଇବା ପହଞ୍ଚିବାରେ ବିଳମ୍ବ ହେବାରୁ ସେ ମଧ୍ୟ ଅନ୍ୟମାନଙ୍କ ପରି ମସ୍କଙ୍କୁ ସ୍ୱିଗୀକୁ କିଣିନେବାକୁ କହି ଟ୍ୱିଟ୍ କରିଥିଲେ।

{"width":831,"height":1460}
ये स्विगी का फेक अकाउंट निकला

ଶୁକ୍ରବାର ସେ ଟ୍ୱିଟ୍ କରି ଲେଖିଛନ୍ତି "ଏଲନ ମସ୍କ, ଦୟାକରି ସ୍ୱିଗୀକୁ କିଣି ନିଅନ୍ତୁ। ଯାହାଫଳରେ ସେମାନେ ଠିକ୍ ସମୟରେ ଖାଇବା ପହଞ୍ଚାଇ ପାରିବେ।"

ଗୁଜରାଟ ଟାଇଟନ୍ସ ଖେଳାଳି ଗିଲ୍‌ଙ୍କର ଏହି ଟ୍ୱିଟ୍ ତୁରନ୍ତ ନେଟିଜେନ୍ସଙ୍କର ଧ୍ୟାନ ଆକର୍ଷଣ କରିଥିଲା। କେତେକ ଏହାକୁ ମଜାଳିଆ ଭାବି ଟ୍ୱିଟରରେ ସେମାନେ ମଧ୍ୟ ମସ୍କଙ୍କୁ ସମାନ ଅପିଲ୍ କରିଥିଲେ। ହେଲେ ଆଉ କେତେକ, ଚଳିତ IPLରେ ଗିଲ୍‌ଙ୍କର ଖରାପ ପ୍ରଦର୍ଶନରେ ଅସନ୍ତୋଷ ବ୍ୟକ୍ତ କରି ତାଙ୍କୁ କମେଣ୍ଟ କରିଥିଲେ।  

{"id":622082,"width":836,"height":392,"sizeSlug":"full","linkDestination":"none"}

ଏମିତି କିଛି ସମୟ ଚାଲିଲା ପରେ ସ୍ୱିଗୀ ପକ୍ଷରୁ ମଧ୍ୟ ଟ୍ୱିଟ୍ କରି ଗିଲ୍‌ଙ୍କୁ ଉତ୍ତର ଦିଆଯାଇଥିଲା। ଟ୍ୱିଟ୍‌ର ହେଉ କି ନହେଉ ଆମେ କିନ୍ତୁ କହିବାକୁ ଚାହୁଁଛୁ ଯେ ଯଦି ଆପଣ ଅର୍ଡର କରୁଛନ୍ତି ତେବେ ଆପଣଙ୍କ ଅର୍ଡର ସୁରକ୍ଷିତ ଅଛି। ଆପଣ ଆପଣଙ୍କର ସମସ୍ତ ତଥ୍ୟ ସହିତ ଡିଏମ୍‌ରେ ଆମକୁ ଭେଟନ୍ତୁ।  ଆମେ ତୁରନ୍ତ ଆପଣଙ୍କ ପାଖରେ ପହଞ୍ଚିବୁ ବୋଲି ସ୍ୱିଗୀ କହିଛି।

wp:html /wp:html

ତେବେ ସବୁଠାରୁ ମଜା କଥା ହେଲା ସ୍ୱିଗୀ ନାଁରେ ଜଣେ ଫ୍ୟାକ୍ ଆକାଉଣ୍ଟ ଖୋଲି ଗିଲ୍‌ଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ ଶୁଭମନଙ୍କୁ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆମେ ଆପଣଙ୍କର ଟି-୨୦ ବ୍ୟାଟିଂ ଠାରୁ ଆଗରେ ଅଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.