ଗୋଟିଏ ମୋବାଇଲ କିଣିଲେ ୫ କିଲୋ ପିଆଜ ଫ୍ରି, ସପ୍ତାହେ ରହିବ ଅଫର

Published By : Prameya-News7 Bureau | December 16, 2019 IST

ବାଲେଶ୍ବର୧୬/୧୨: ମୋବାଇଲ କିଣନ୍ତୁ, ପିଆଜ ମାଗଣାରେ ନିଅନ୍ତୁ। ଏଭଳି ଅଫର ଦେଇଛନ୍ତି ଜଣେ ମୋବାଇଲ ଦୋକାନୀ। ବାଲେଶ୍ବର ସହରର ମୋତିଗଂଜ ବଜାରରେ ଏମିତି ସ୍କିମ୍ କରିଛନ୍ତି ଜଣେ ମୋବାଇଲ ଦୋକାନୀ । ମୋବାଇଲ ଦାମ ଆଧାରରେ ଏକ କିଲୋରୁ ୫ କିଲୋ ପର୍ଯ୍ୟନ୍ତ ପିଆଜ ଗିଫ୍ଟ ଦିଆଯାଉଛି । ମୋବାଇଲ ଦୋକାନୀଙ୍କ ଏହି ଅଭିନବ ପ୍ରୟାସ ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଛି। 

{"id":198517,"sizeSlug":"large"}

ମୋବାଇଲ ଦୋକାନ ଭିତରେ ପିଆଜ ରହିଛି । ଏଠାରେ ପିଆଜ ବିକ୍ରି କରାଯାଉ ନାହିଁ ବରଂ ମୋବାଇଲ ଗ୍ରାହକଙ୍କୁ ମାଗଣାରେ ପିଆଜ ଦିଆଯାଉଛି । ୫ ହଜାର ଟଙ୍କାର ମୋବାଇଲରୁ ପିଆଜ ସ୍କିମ ଆରମ୍ଭ ହୋଇଛି। ଏହିଭଳି କୌତୁହଳିଆ ସ୍କିମକୁ ନେଇ ଗ୍ରାହକ ବି ଖୁସି ଅଛନ୍ତି। 

{"id":198518,"sizeSlug":"large"}

ବାଲେଶ୍ବର ସହରର ମୋତିଗଂଜ ସିନେମା ଛକରେ ଏହି ମୋବାଇଲ ଦୋକାନ ରହିଛି ।  ଆଜିଠାରୁ ଦୋକାନ ମାଲିକ ଏହି ପିଆଜ ସ୍କିମ କରିଛନ୍ତି। ଏହି ସଂପର୍କରେ ଗତକାଲି ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଇଥିଲା। ଏକ ସପ୍ତାହ ପାଇଁ ଏହି ପିଆଜ ସ୍କିମ୍ ଏଠାରେ ଚାଲିବ ବୋଲି ଦୋକାନର ମାଲିକ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.