ନୂଆଦିଲ୍ଲୀ ୨୦।୦୫: ଦୁନିଆର ସପ୍ତମ ଅଜୁବା ତାଜମହଲ । ଏହା ଦେଖିବାକୁ ଖୁବ୍ ସୁନ୍ଦର । କିନ୍ତୁ ଜାଣନ୍ତି କି ତାଜମହଲ ନିର୍ମାଣରେ କେତେ ମାର୍ବଲର କରାଯାଇଛି ବ୍ୟବହାର ? ଯଦି ଏହି ମାର୍ବଲକୁ ବର୍ତ୍ତମାନ ସମୟରେ କିଣିବାକୁ ଯାଆନ୍ତି, ତେବେ ଏହାର ଦାମ୍ କେତେ ହେବ ?
ମିଳିଥିବା ସୂଚନା ଅନୁଯାୟୀ ସମଗ୍ର ତାଜମହଲ ନିର୍ମାଣ ପାଇଁ ପ୍ରାୟ ୧.୫ ନିୟୁତ ଘନଫୁଟର ମାର୍ବଲ ବ୍ୟବହାର କରାଯାଇଛି । ଯଦି ବର୍ତ୍ତମାନ ସମୟରେ ଏହି ମାର୍ବଲ ଗୁଡିକର ମୂଲ୍ୟ ହିସାବ କରାଯାଏ ତେବେ ଏହି ସଂଖ୍ୟା କୋଟିକୋଟିକୁ ଟପିଯିବ ।
ବାସ୍ତବରେ ଏକ ଘନଫୁଟକୁ ବର୍ଗଫୁଟରେ ଭାଙ୍ଗିଲେ ଏହା ୬ ବର୍ଗଫୁଟ ହେଉଛି । ଏହି ଅନୁଯାୟୀ ୧.୫ ମିଲିଅନର ୬ଗୁଣା କଲେ ଏହି ସଂଖ୍ୟା ୯୦ ଲକ୍ଷ ବର୍ଗଫୁଟ ହେଉଛି । ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଗଫୁଟ ମାର୍ବଲର ମୂଲ୍ୟ ୪୦୦ ଟଙ୍କା । ଏହି ଅନୁଯାୟୀ ତାଜମହଲର ମୋଟ୍ ମାର୍ବଲର ଦାମ୍ ୩୬ କୋଟି ଟଙ୍କା ।
ଯଦି ତାଜମହଲରେ ଲାଗିଥିବା ମୋଟ ମାର୍ବଲ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ ୩୬ କୋଟି ଟଙ୍କା । ତଥାପି ତାଜମହଲ ପରି କୋଠା ଏବଂ ଡିଜାଇନରେ ତିଆରି କରିବା ପ୍ରାୟ ଅସମ୍ଭବ ।