ବଟଲରଙ୍କ ଅଜବ ଛକ୍କା, ଦେଖନ୍ତୁ ଭିଡିଓ…

Published By : Prameya-News7 Bureau | June 23, 2022 IST

ନୂଆଦିଲ୍ଲୀ ୨୩।୦୬ : ଦମ୍‌ଦାର ଫର୍ମରେ ଜସ୍‌ ବଟଲର୍‌ । ପ୍ରଥମ ଆଇପିଏଲ୍‌ ଆଉ ଏବେ ଆନ୍ତର୍ଜାତିକ କ୍ରିକେଟ୍‌ରେ ବି ଧମାଲ ମଚାଉଛନ୍ତି ଏହି ଷ୍ଟାର ବ୍ୟାଟସମ୍ୟାନ୍‌ । ନେଦରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆରେ ବଟଲର ଅପରାଜିତ ୮୬ ରନ୍ର ଅଧିନାୟକ ପାରି ଖେଳିଥିଲେ ।  ଯାହାଫଳରେ ନେଦରଲ୍ୟାଣ୍ଡକୁ ଇଂଲଣ୍ଡ ୮ଓ୍ୱିକେଟ୍‌ରେ ପରାସ୍ତ କରି ୩-୦ରେ ସିରିଜ୍‌ କବ୍‌ଜା କରିଛି । ତେବେ ଏହି ମ୍ୟାଚ୍‌ରେ ଏକ ବିରଳ ଛକ୍କ ଦେଖିବାକୁ ମିଳିଥିଲା ବଟଲର୍‌ଙ୍କ ବ୍ୟାଟ୍‌ରୁ ।

wp:html /wp:html

ତୃତୀୟ ଦିନିକିଆରେ ପ୍ରଥମ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ୨୪୪ ରନ୍‌ କରିଥିଲା । ଏହାକୁ ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲେ ଇଂଲଣ୍ଡ ବ୍ୟାଟର ।ଦଳୀୟ ସ୍କୋର ୮୫ ରନ୍‌ ହୋଇଥିବା ବେଳେ ଇଂଲଣ୍ଡକୁ ଲାଗିଥିଲା ଡବଲ୍‌ ଝଟ୍‌କା ।   ଏହାପରେ ଆସିଥିଲେ ଅଧିନାୟକ ଜସ୍‌ ବଟଲର । ଆଉ ଆରମ୍ଭ କରିଥିଲେ ଦମ୍‌ଦାର ବ୍ୟାଟିଂ । ୬୪ ବଲ୍‌ରେ ସଂଗ୍ରହ କରିଥିଲେ ୮୬ ରନ୍‌ । ଏଥିରେ ୫ଟି ଛକ୍କା ସହ ୭ଟି ଚୌକା ସାମିଲ ରହିଥିଲା । ତେବେ ୨୯ ତମ ଓଭରରେ ଦେଖିବାକୁ ମିଳିଲା ଏକ ଅଜବ । ନେଦରଲ୍ୟାଣ୍ଡ ବୋଲର ମିକାରେନ୍‌ ୨୯ତମ ଓଭରର ୫ବଲ୍‌ ବୋଲିଂ କରିଥିଲେ । ବଲ୍‌ରୁ ଗୋଟିଏ ଡ୍ରପ ବଦଳରେ ଖାଇଥିଲା ୨ଟି ଡ୍ରପ । ଯାହାକି ଏକ ଡେଡ୍‌ ବଲ ବୋଲି କୁହାଯାଇଥିଲା । କିନ୍ତୁ ବଟଲର ୨ଟି ଡ୍ରପ ଖାଇଥିବା ବଲ୍‌ର ପିଛା କରିଥିଲେ ଆଉ ମାରିଥିଲେ ଏକ ବିଶାଷ ଛକ୍କା । ଯାହାକି ଏକ ଅଜବ ପ୍ରକାର ସଟ୍‌ ଥିଲା । ବଟଲରଙ୍କ ଏପରି ସଟ୍‌ ଦେଖି ଷ୍ଟାଡିୟମ୍‌ରେ ଥିବା ଦର୍ଶନକ ଖୁବ୍‌ ଜୋରରେ ପାଟି କରିଥିଲେ । କ୍ୟାମେରା ଏହି ଭିଡିଓଟି ଦେଖିବାକୁ ବେଶ୍‌ କୌତୁହଳ ଲାଗୁଥିଲା ।

ସୂଚନାଯୋଗ୍ୟ ଯେ, ନେଦରଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ବଟଲର୍‌ ପ୍ଲେୟର ଅଫ୍‌ ସିରିଜ୍‌ ହୋଇଛନ୍ତି । ୨ଟି ପାରିରେ ମୋଟ ୨୪୮ ରନ୍‌ ସଂଗ୍ରହ କରିଥିଲେ । ଏହାମଧ୍ୟରେ ମୋଟ ୧୪ଟି ଚୌକା ଓ ୧୯ଟି ଛକ୍କା ସାମିଲ ରହିଛି । ସେହିପରି ୨୦୨୨ର ଆଇପିଏଲ୍‌ରେ ୧୭ଟି ମ୍ୟାଚ୍‌ ଖେଳି ୮୬୩ ରନ୍‌ ସଂଗ୍ରହ କରିଥିଲେ । ଏହାମଧ୍ୟରେ ୧୧୬ ସର୍ବାଧିକ ସ୍କୋର ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.