ମନ୍ଦିରକୁ ହେଲିକପ୍ଟର ଧରି ପହଞ୍ଚିଲେ ବ୍ୟବସାୟୀ, ପୂଜା କଲେ ତିନି ପୂଜକ
16/12/2022 at 9:03 AM

ନୂଆଦିଲ୍ଲୀ, ୧୬/୧୨: ଭାରତରେ କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଭଗବାନଙ୍କ ପୂଜା କରାଯିବା ନେଇ ପରମ୍ପରା ରହିଆସିଛି। ଏମିତିକି କୌଣସି ଜିନିଷ ମଧ୍ୟ କିଣିଲେ ଏହାକୁ ପ୍ରଥମେ ପୂଜା କରାଯାଇଥାଏ। ସାଧାରଣତଃ କୌଣସି ଗାଡ଼ି କିଣିଲେ ତାହାକୁ ପୂଜା କରାଯାଇଥାଏ। କିନ୍ତୁ ଏଭଳି ପୂଜାକୁ ନେଇ ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଆପଣଙ୍କୁ ଟିକେ ଅଲଗା ଲାଗିପାରେ। କାରଣ ଏଠାରେ ଜଣେ ବ୍ୟବସାୟୀ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡ଼ି ପୂଜା କରିବାକୁ ଯାଇନଥିଲେ ବରଂ ଏକ ହେଲିକପ୍ଟର ଧରି ପୂଜା କରିବାକୁ ମନ୍ଦିରରେ ପହଞ୍ଚିଥିଲେ।
ସୂଚନା ଅନୁଯାୟୀ, ହାଇଦ୍ରାବାଦର ବ୍ୟବସାୟୀ ବୋଏନପାଲି ଶ୍ରୀନିବାସ ରାଓ ନିଜର ୫.୭ ଡଲାରର ହେଲିକପ୍ଟରକୁ ପୂଜା କରିବା ପାଇଁ ପହଞ୍ଚଥିଲେ ମନ୍ଦିରରେ। ତେଲଙ୍ଗାନାର ପ୍ରତିମା ଗ୍ରୁପ୍ର ମାଲିକ ବୋଏନପାଲ୍ଲୀ ଶ୍ରୀନିବାସ ରାଓ ନିଜ ନୂଆ ହେଲିକପ୍ଟର ପୂଜା କରିକବାକୁ ମନ୍ଦିରରେ ପହଞ୍ଚିଥିଲେ।
ଶ୍ରୀନିବାସ ହେଲିକପ୍ଟର ଧରି ୟାଦାଦ୍ରିର ଶ୍ରୀ ଲକ୍ଷ୍ମୀ ନରସିମ୍ହା ସ୍ବାମୀ ମନ୍ଦିରକୁ ହେଲିକପ୍ଟର ଉଡ଼ାଇ ପହଞ୍ଚିଥିଲେ। ଏହି ମନ୍ଦିର ହାଇଦ୍ରାବାଦ ଠାରୁ ୧୦୦୦ କିମି ଦୂର। ସେ ତାଙ୍କ ଚପର ଏୟାରବସ୍ ଏସିଏଚ-୧୩୫ ପୂଜା କରିବାକୁ ପହଞ୍ଚିଥିଲେ। ତାଙ୍କ ପରିବାର ଲୋକ ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହା ପରେ ପୂଜା ହୋଇଥିଲା। ତିନି ଜଣ ବ୍ରାହ୍ମଣ ପୂଜା କରିଥିଲା। ତେବେ ଏହି ଭିନ୍ନ ପୂଜାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହାକୁ ୟୁଜର୍ସମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି।
ଏୟାରବସ୍ ଏସିଏଚ-୧୩୫ ହାଲୁକା ହୋଇଥାଏ, ଏହାର ଡିଜାଇନ ଏବଂ କମ୍ ସାଉଣ୍ଡ ତଥା ଅନ୍ୟାନ୍ୟ ଫିଚର୍ସ ରହିଛି। ଏହା ବିଭିନ୍ନ ସ୍ଥାନରେ ଓହ୍ଲାଇବାର କ୍ଷମତା ରହିଛି। ଏମିତିକି ଅତ୍ୟଧିକ ଗରମ ତାପମାତ୍ରାରେ ମଧ୍ୟ ଉଡ଼ିପାରିବ। ଏହା ଅନ୍ୟ ହେଲିକପ୍ଟର ତୁଳନାରେ ଅଧିକ ସମୟ ପର୍ଯ୍ୟନ୍ତ ଉଡ଼ିପାରେ।