ନବରଙ୍ଗପୁରରେ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ ; ବିଭିନ୍ନ ସ୍ଥାନରେ ପୋଲିସର ଛାନଭିନ

Published By : Prameya-News7 Bureau | November 09, 2018 IST

ନବରଙ୍ଗପୁର ୯|୧୧:  ନବରଙ୍ଗପୁରରେ ବ୍ୟବସାୟୀଙ୍କୁ ଅପହରଣ । ରକିସାନ ହୋଟେଲ ମାଲିକ ସୁନୀଲ ସାହୁଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ସେ ସ୍କୁଟିରେ ଡଙ୍ଗରଭେଜା ଗାଁରୁ ନବରଙ୍ଗପୁର ଆସୁଥିବା ବେଳେ ସିନ୍ଧିଗୁଡା ଗାଁ ନିକଟରୁ ତାଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ପ୍ରାୟ ୮ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ସୁନୀଲ ସାହୁଙ୍କୁ ଅଟକାଇ ମାଡ଼ ମାରିବା ସହିତ ଏକ କାରରେ ଜୋର ଜବରଦସ୍ତ ନେଇଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାର ଲୋକେ ସୁନୀଲଙ୍କ ମୋବାଇଲକୁ କରିଥିଲେ । କିନ୍ତୁ ତାହା ସ୍ବିଚ୍ ଅଫ ଥିବା ଜଣାପଡିଥିଲା । ଏନେଇ ପରିବାର ପକ୍ଷରୁ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ନବରଙ୍ଗପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.