ଗୋଟିଏ ଝଟକାରେ କମିଗଲା ଗୌତମ ଆଦାନୀଙ୍କ ସମ୍ପତ୍ତି: ପଛରେ ପକାଇଲେ ଏହି ବ୍ୟବସାୟୀ

Published By : Prameya-News7 Bureau | December 18, 2021 IST

ନୂଆଦିଲ୍ଲୀ ୧୮/୧୨ : ଆଦାନୀ ଗ୍ରୁପର ମୁଖ୍ୟ ତଥା ଦେଶର ଦ୍ୱିତୀୟ ବିତ୍ତଶାଳୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। ତାଙ୍କ ସମ୍ପତ୍ତିରେ ୧.୫୩ ବିଲିୟନ ଡଲାର ହ୍ରାସ ପାଇଛି। ବ୍ଲୁମବର୍ଗ ବିଲେନିୟର ଇନଡେକସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଗୌତମ ଗୋଟିଏ ସ୍ଥାନ ତଳକୁ ଖସିଥିବା ବେଳେ ଏବେ ତାଙ୍କର ସର୍ବମୋଟ ୭୬.୦୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ସେ ଏବେ ଦୁନିଆର ୧୪ତମ ଧନୀ ଶାଳୀ ବ୍ୟକ୍ତି ତାଲିକାରେ ଅଛନ୍ତି।  ପୂର୍ବରୁ ସେ ତାଲିକାର ୧୩ତମ ସ୍ଥାନରେ ଥିଲେ।

ଗୌତମ ଆଦାନୀଙ୍କୁ ଚୀନର ଝୋଙ୍ଗ ସାନସାନ ନାମକ ଜଣେ ବ୍ୟବସାୟୀ  ପଛରେ ପକାଇଛନ୍ତି । ତାଙ୍କର ମିନେରାଲ ପାଣି ବୋତଲ ବ୍ୟବସାୟ ରହିଛି।  ତାଙ୍କର ଏହି କମ୍ପାନୀ ଚୀନରେ ମିନେରାଲ ପାଣି ବୋତଲ ବ୍ୟବସାୟରେ ସମସ୍ତଙ୍କ ଆଗରେ ରହିଛି।  ତାଙ୍କର ସର୍ବମୋଟ ୭୭.୦୫ ବିଲିୟନ ଡଲାରର  ସମ୍ପତ୍ତି ରହିଥିବା ବେଳେ ସେ ୧୩ତମ ଧନୀଶାଳୀ ବ୍ୟକ୍ତି ରୂପେ ପ୍ରକାଶ ପାଇଥିବା ବ୍ଲୁମବର୍ଗ ବିଲିୟନାରୀ ଇନଡେକ୍ସ ତାଲିକାରେ ସ୍ଥାନ ପାଇଛନ୍ତି।

ମୁକେଶ ଅମ୍ବାନୀ ଏହି ତାଲିକାରେ ୧୨ତମ ରାଙ୍କରେ  ସ୍ଥାନ ପାଇବା ସହ ତାଙ୍କର ୮୭.୦୧ ବିଲିୟନ ଡଲାର ସମ୍ପତ୍ତି ରହିଛି ବୋଲି ଏହି ତାଲିକାରେ  ପ୍ରକାଶ ପାଇଛି। ଏବେବି ସେ ଏସିଆ ମହାଦେଶର ସର୍ବଶ୍ରେଷ୍ଠ ଧନୀ ଭାବେ ତାଙ୍କର  ସ୍ଥାନ ବଜାୟ ରଖିଛନ୍ତି।

ଏହା ମଧ୍ୟରେ ଅଲିବାବା ଗୃପର ପ୍ରତିଷ୍ଠାତା ଜ୍ୟାକ ମା ଓ ୱିପ୍ରୋ ଗୃପର ପ୍ରତିଷ୍ଠାତା ଅଜିମ ପ୍ରେମଜିଙ୍କ ସମ୍ପତ୍ତି ତାଲିକାର ଦୂରତା ବହୁତ କମିଯାଇଛି।  ଜ୍ୟାକା ମାଙ୍କ ସମ୍ପତ୍ତି ୩୮.୦୭ ବିଲିୟନ ଡଲାର ହୋଇଥିବା ବେଳେ ସେ ୩୨ ରାଙ୍କରେ ଅଛନ୍ତି। ସେହିଭଳି ଅଜୀମ ପ୍ରେମଜୀ ୩୮.୩ ବିଲିୟନ ଡଲାର୍ର ମାଲିକ ହୋଇଥିବା ବେଳେ ସେ ଧନୀ ତାଲିକାରେ ୩୩ ତମ ସ୍ଥାନରେ ଅଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.