ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ବାଣିଜ୍ୟ ସମ୍ମିଳନୀ
Published By : Prameya-News7 Bureau | October 07, 2018 IST
ଭୁବନେଶ୍ୱର ୭/୧୦ : ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ବାଣିଜ୍ୟ ସମ୍ମିଳନୀ । ଦି ଇନଷ୍ଟିଚ୍ୟଟ ଅଫ କଷ୍ଟ ଅକାଉଣ୍ଟ ଅଫ ଇଣ୍ଡିଅା ଭୁବନେଶ୍ବର ଚାପ୍ଟର ଦ୍ବାରା ଅାୟୋଜିତ ଏହି ସମ୍ମଳନୀରେ ବିଭିନ୍ନ ପ୍ରସଙ୍ଗରେ ଅାଲୋଚନା ହୋଇଯାଇଛି। ବିଶେଷ କରି ବାଣିଜ୍ୟ ଶିକ୍ଷା ଉପରେ ଗରୁତ୍ବ ଦେବା ପାଇଁ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେ ମଧ୍ୟ ନିଜ ବକ୍ତବ୍ୟରେ ବାଣିଜ୍ୟ ଶିକ୍ଷା ଉପରେ ଗରୁତ୍ବ ଦେଇଥିଲେ । ଦି ଇନଷ୍ଟିଚ୍ୟଟ ଅଫ କଷ୍ଟ ଅକାଉଣ୍ଟ ଅଫ ଇଣ୍ଡିଅା ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷ ସିଏମଏ ଦାମୋଦର ମିଶ୍ର ସମ୍ମଳନୀରେ ସ୍ବାଗତ ଭାଷଣ ଦେଇଥିଲେ ।