ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରୋତ୍ସାହନ ନେଇ ଓଡିଶା-ଭିଏତନାମା ମଧ୍ୟରେ ଆଲୋଚନା, ଯୋଗଦେଲେ ଉଭୟ ପକ୍ଷର ପ୍ରତିନିଧି

Published By : Prameya-News7 Bureau | September 23, 2022 IST

ଭୁବନେଶ୍ୱର ୨୩।୦୯ : ଓଡିଶା ଏବଂ ଭିଏତନାମା ମଧ୍ୟରେ ସୁଦୃଢ ହେବ ବାଣିଜ୍ୟ କାରବାର । ଏନେଇ ଭିଏତମାନାର ଏକ ପ୍ରତିନିଧି ମଣ୍ଡଳୀ ଏବଂ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓ୍ୱାର୍ଲଡ ଟ୍ରେଡ୍‌ ସେଣ୍ଟର ଆସୋସିଏସ୍‌ନ ଭୁବନେଶ୍ୱର ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିଲା ।

{"id":687545,"sizeSlug":"full","linkDestination":"none"}

ସେପ୍ଟେମ୍ବର ୩ରେ ଭିଏତନାମାର ଏକ ପ୍ରତିନିଧି ମଣ୍ଡଳୀ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଲାଗି ପହଞ୍ଚିଥିଲେ । ଅନ୍ୟପଟେ ଭାରତର କନସୋଲ୍ ଜେନେରାଲ, ହୋ ଚି ମିନ୍ ସିଟି ଭିଏତନାମ୍ ଏବଂ ଡ଼ ମଦନ ମୋହନ ସେଠୀଙ୍କ ନିମନ୍ତ୍ରଣରେ ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଯୋଗଦେଇଥିଲେ । ଓଡିଶାର ପ୍ରତିନିଧିମଣ୍ଡଳୀରେ MSMEର କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ, ପର୍ଯ୍ୟଟନ ବିଭାଗ, ହସ୍ତତନ୍ତ ଏବଂ ବୟନଶିଳ୍ପ ଆଦି ବିଭାଗର ଅଧିକାରୀମାନେ ସାମିଲ୍ ଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା ।

{"id":687546,"sizeSlug":"full","linkDestination":"none"}

ଆଗାମୀ ଦିନରେ ଉଭୟ ପକ୍ଷଙ୍କ ମଧ୍ୟରେ କିପରି ଭଲ ବେପାର ଓ କାରବାର ବଢିବ । ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ଭିଏତନାମାରୁ ଆସିଥିବା ଶିଳ୍ପପତିମାନେ ଓଡିଶାର ପ୍ରତିନଧିଙ୍କ ସହ ନିଜର ନିଜର ବ୍ୟବସାୟ ସଂପର୍କରେ ଆଲୋଚନା କରିଥିଲେ । ଏପିରିକି ଭିଏତନାମ ଉତ୍ପାଦନ କରୁଥିବା ଉତ୍ପାଦ ଏବଂ ଓଡିଶା କ’ଣ ସବୁ ସାମଗ୍ରୀ ରପ୍ତାନି କରିପାରିବ, ସେ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ଶିଳ୍ପ କ୍ଷେତ୍ର ମଧ୍ୟ ପରିଦର୍ଶନ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରକୁ ବିଶେଷ ଧ୍ୟାନ ଦେବାକୁ ଏହି ବୈଠକରେ ଆଲୋଚନା ମଧ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.