ଆମପାଣି ଘାଟିରେ ଦୁର୍ଘଟଣା: ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୩ ଗୁରୁତର

Published By : Prameya-News7 Bureau | August 19, 2022 IST

ନବରଙ୍ଗପୁର ୧୯/୦୮: ବସ-ଟ୍ରକ ମୁହାଁମୁହିଁ ଧକ୍କା । ୩ ଗୁରୁତର ୫ଆହତ । ଆମପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଫଳରେ ବସ ଓ ଟ୍ରକ ଡ୍ରାଇଭର ସମେତ ହେଲ୍‌ପର ଗୁରୁତର । ବସରେ ଥିବା ୫ ରୁ ଉର୍ଦ୍ଧ ଯାତ୍ରୀ ଆହତ ।

ଆହତ ଯାତ୍ରୀଙ୍କୁ ପାପଡାହାଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବସଟି ଜୟପୁରରୁ ଭବାନୀପାଟଣା ଯାଉଥିବା ବେଳେ ଟ୍ରକଟି କଳାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଆସୁଥିଲା । ବସ୍‌ରେ ୨୦ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ଘାଟିରେ ବସ-ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି ।

ଏଥିସହ ଟ୍ରକ ଡ୍ରାଇଭର ଓ ବସ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଜଣେ ହେଲପର ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀ ମାନଙ୍କର ପାପଡାହାଣ୍ଡି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ନବରଙ୍ଗପୁର ମେଡିକାଲଙ୍କୁ ସ୍ଥାନନ୍ତର କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.