ଓଲଟିଲା ନେପାଳରୁ ଆସୁଥିବା ବସ୍: ୬୦ରୁ ଅଧିକ ଆହତ ହୋଇଥିବା ସୂଚନା
21/01/2023 at 6:27 PM

ନୂଆଦିଲ୍ଲୀ: ନେପାଳର ତ୍ରିବେଣୀ ଧାମରୁ ଭାରତୀୟ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବା ବଲ୍ ଓଲଟିପଡ଼ିବାରୁ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲା ପିପିଗଞ୍ଜ, କମ୍ପିରାଗଞ୍ଜରୁ ୭୦ ଜଣ ଶ୍ରଦ୍ଧାଳୁ ଏହି ବସ୍ରେ ତ୍ରିବେଣୀ ଧାମ ଦର୍ଶନ ପାଇଁ ଯାଇଥିଲେ। ଫେରୁଥିବା ବେଳେ ବସ୍ଟି ନେପାଳ-ଭାରତର ଥୁଥିବାରୀ ସୀମାର ୫୦୦ ମିଟର ଭିତରେ ଥିବା ବେଳେ ଏକ ଖାଲରେ ଫସଯିବାରୁ ଓଲଟି ପଡ଼ିଥିଲା।
ବସ୍ ଓଲଟି ପଡ଼ିବା ଖବର ପାଇ ନେପାଳ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରିଛି। ନେପାଳର ନୱାଲ ପରାସୀ ଜିଲ୍ଲାରେ ଥିବା ପୃଥିବୀ ଚାନ୍ଦ ହସ୍ପିଟାଲ୍ରେ ଆହତମାନଙ୍କର ଚିକିତ୍ସା ଚାଲିଛି।
ଏହି ଘଟଣା ପରେ ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ନେପାଳର ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଆହତମାନଙ୍କୁ ସହଯୋଗ କରିବାକୁ ଅଧିକାରୀମାନନଙ୍କୁ ନେପାଳ ପଠାଯାଇଥିବା ସୂଚନା ମିଳିଛି।
ପଢ଼ନ୍ତୁ- ଜାମ୍ମୁ-କାଶ୍ମୀର ଲଗାତର ଦୁଇଟି ବିସ୍ଫୋରଣ: ୯ ଆହତ, କ୍ଷତିପୂରଣ ଘୋଷଣା କଲେ ଉପରାଜ୍ୟପାଳ