କେନ୍ଦ୍ରାପଡା ୨୩/୧ : କେନ୍ଦ୍ରାପଡା ଗୋପାଳପୁର ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଜଣାପଡିଛି | ଘଟଣାସ୍ଥଳରେ ସ୍ଥାନୀୟାଲୋକେ ଏବଂ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି | ରାଜନଗରରୁ କଟକ ଆସିଥିଲା ଦ୍ବିବେଦୀ ନାମକ ଯାତ୍ରୀବାହୀ ବସ | ବସରେ ୫୦ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି | ଯାହାଫଳରେ ବସ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ଘନ କୁହୁଡି ଯୋଗୁଁ ରାସ୍ତା ଦେଖାଯାଉନଥିବାରୁ ବସ ଓଲଟି ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି | ଦୁର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ଥିବା ଜଣାପଡିଛି | ଗୁରୁତରଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ବସରେ ୧୦ ରୁ ୧୫ ଜଣ ଶିଶୁ ଥିବା ସହ ୮ରୁ ୧୦ ଜଣ ମହିଳା ଥିବା ଜଣାପଡିଛି | ଦୁର୍ଘଟଣାରେ ବସ ରାସ୍ତାରୁ ତଳକୁ ଖସି ଯାଇଥିଲା | ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି | କିନ୍ତୁ ଗୁରୁତରଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି |
{"id":77095} wp:html /wp:htmlପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ,...