ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବୁଧବାର ବସ୍‌ ଚଳାଚଳ ନେଇ ଦ୍ୱନ୍ଦ, ମନ୍ତ୍ରୀ କହିଲେ- ସେମାନଙ୍କ ସହ ବୈଠକ ଅଛି, ଦାବି ଉପରେ ଆଲୋଚନା ହେବ

14/03/2023 at 3:05 PM

ଭୁବନେଶ୍ୱର/କଟକ ୧୪।୦୩ : ବୁଧବାର ରାଜ୍ୟରେ ଘରୋଇ ବସ ଚଳାଚଳ କରିବ କି ନାହିଁ, ସେନେଇ ଦ୍ଵନ୍ଦ ଉପୁଜିଛି। ବସ ଚଲାଇବା ସପକ୍ଷରେ ଥିବା ଘରୋଇ ବସ ମାଲିକ ସଂଘ କହିଛି । କିନ୍ତୁ କାର୍ଯ୍ୟରେ ଯୋଗ ବେବେନାହିଁ ବୋଲି ରୋକ ଠୋକ ଭାବେ ଜଣାଇ ଦେଇଛି ଡ୍ରାଇଭର ମହାସଂଘ ।

୧୦ ଦଫା ଦାବିରେ ଆସନ୍ତାକାଲିଠାରୁ ଷ୍ଟ୍ରିଆରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଉଛି ଓଡିଶା ଡ୍ରାଇଭର ମହାସଂଘ। ଡ୍ରାଇଭର ମହାସଂଘ ତରଫରୁ ସେଭଳି କୌଣସି ସୂଚନା ଦିଆଯାଇନାହିଁ ବୋଲି ବସ ସଂଘ କହିଛି । କିନ୍ତୁ ବସ ଗଡ଼ିଲେ ବିଶୃଙ୍ଖଳା ହେବାର ମଧ୍ୟ ସମ୍ଭାବନା ରହିଛି । ତାକୁ ପ୍ରତିହତ କରିବା ଲାଗି ପୋଲିସ ସହାୟତା ଲୋଡିଛନ୍ତି ବସ ମାଲିକ ମାନେ। କିନ୍ତୁ ଡ୍ରାଇଭର ମହାସଂଘ ତାର ନିଷ୍ପତ୍ତିରେ ଅଟଳ ରହିଛି । ବୁଧବାର ଆନ୍ଦୋଳନରେ ସାମିଲ ହେବାକୁ ପ୍ରସ୍ତୁତ ଥିବା କହିଛି ଡ୍ରାଇଭର ସଂଘ । ୨ବର୍ଷ ହେଲା ସରକାରଙ୍କ ନିକଟରେ ଦାବି ରଖାଯାଇଥିଲେ ସୁଦ୍ଧା ଫଳ ଶୂନ । ଯଦି ବସ ମାଲିକ ମାନେ ନିଜ ଦାବି ହାସଲ କରିପାରୁଛନ୍ତି । ତାହେଲେ ଡ୍ରାଇଭର ମାନେ ନିଜ ହକ ଉପସ୍ଥାପନ କରିବାରେ ଭୁଲ କଣ । ଷ୍ଟିଆରିଙ୍ଗ ଛାଡ଼ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଚାଲିପାରେ ବୋଲି ମହାସଂଘ କହିଛି।

ସେପଟେ ରବିବାର ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ପରିବହନ ବ୍ୟବସ୍ଥାରେ ଡ୍ରାଇଭରମାନଙ୍କ ଗୁରୁତ୍ୱପୁର୍ଣ ଭୂମିକା ଅଛି । ଆଜି ୪ଟା ବେଳେ ସେମାନଙ୍କ ସହ ବୈଠକ ଅଛି । କଣ ଦାବି ପୂରଣ ହେବ, ସେ ଦିଗରେ ଆଲୋଚନା ହେବା ପରେ ମତାମତ ଦେବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।

   Related Posts