scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୬ ଦିନ ହେବ ଆଗରପଡାକୁ ବସ୍ ବନ୍ଦ, ନ ଚାଲିଲେ ଗୁରୁବାରଠାରୁ ଗଣଧାରଣା

19/07/2023 at 3:55 PM

ଭଦ୍ରକ ୧୯।୭: ବସଷ୍ଟାଣ୍ଡ ବିବାଦକୁ ନେଇ ବସ୍ ଚଳାଚଳ ବନ୍ଦ । ଦୀର୍ଘ ୬ ଦିନ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଭଦ୍ରକ ଜିଲ୍ଲା ସଦର ମହକୁମାରୁ ଆଗରପଡା ପର୍ଯ୍ୟନ୍ତ କୌଣସି ବସ୍ ୬ ଦିନ ହେବ ଚଳାଚଳ କରୁନାହିଁ ।

ସୂଚନା ଅନୁଯାୟୀ, ଆଗରପଡା ଲଷ୍ମୀ ବଜାର ଠାରେ ସବୁବେଳେ ବସ୍ ରହୁଥିବା ବେଳେ ଏବେ ଅନ୍ୟ ସ୍ଥାନରେ ବସ୍ ରହଣି ପାଇଁ ବ୍ୟବସ୍ଥାକୁ ନେଇ ବିବାଦ ଦେଖା ଦେଇଛି । ଆଗରପଡା ଠାରେ ବହୁ କଲେଜ, ସିଟି ସ୍କୁଲ ଥିବାବେଳେ ଛାତ୍ରଛାତ୍ରୀ ମାନେ ବହୁ ହଇରାଣ ହେଉଛନ୍ତି । ସ୍ଥାନୀୟ ଲୋକେ ଓ କଂଗ୍ରେସ କମିଟି ତରଫରୁ ଆଗରପଡା ଥାନାରେ ଲିଖିତ ଏତଲା ଦିଆଯାଇଛି । ଆସନ୍ତାକାଲି ଠାରୁ ବସ୍ ଚଳାଚଳ ନ କଲେ ଲୋକେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦେବେ । ଏମିତି ସମୟରେ ଅନ୍ୟ ଯାତ୍ରୀବାହୀ ଗାଡି ବହୁ ଅଧିକ ଭଡା ନେଉଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ଓ ବ୍ଲକ କଂଗ୍ରେସ କମିଟି ।

You Can Read :

   Related Posts