ପାରାଦୀପ ବନ୍ଦର ପକ୍ଷରୁ ଆରମ୍ଭ ହେଲା ବସ୍ ସେବା

Published By : Prameya-News7 Bureau | September 13, 2019 IST

ପାରାଦୀପ ୧୩।୯: ପାରାଦୀପ ବନ୍ଦର ପକ୍ଷରୁ ଆରମ୍ଭ ହେଲା ବସ୍ ସେବା । ଦୁର୍ଘଟଣା ରୋକିବା ନେଇ ପ୍ରୟାସ ଆରମ୍ଭ କଲା ପାରାଦୀପ ବନ୍ଦର। ବନ୍ଦର ଭିତରକୁ ଯାତାୟତ କରିବା ପାଇଁ ବନ୍ଦର କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ଏହା ହେଉଛି ମୁଖ୍ୟ ଉଦ୍ଦେଶ୍ୟ।

{"id":156944}

ପୂର୍ବରୁ ନିଜର ମୋଟରସାଇକେଲ ହେଉ କିମ୍ବା ଚାରି ଚକିଆ ଜାନ ହେଉ ସେଥିରେ କର୍ମଚାରୀମାନେ ବନ୍ଦର ଭିତରକୁ ପ୍ରବେଶ କରୁଥିବା ବେଳେ ହୁଏତ ଆଗକୁ ବନ୍ଦର ଭିତରେ ଦୁର୍ଘଟଣା ହେବାର ଆଶଙ୍କା ନେଇ ଏ ପଦକ୍ଷେପ ନେଇଥିବା ବନ୍ଦର ପକ୍ଷରୁ କୁହାଯାଇଛି। ତେବେ ଆଜି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଏହାକୁ ଉଦଘାଟନ କରି ଶୁଭାରମ୍ଭ କରିଥିବା ବେଳେ ଆରମ୍ଭରୁ ପ୍ରଥମ ରାଜ୍ୟ ପରିବହନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪ଟି ବସ୍ କୁ ସାମିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.