ପୋଖରୀକୁ ଖସିଲା ଯାତ୍ରୀବାହୀ ବସ୍, ୧୭ ମୃତ

Published By : Prameya-News7 Bureau | July 23, 2023 IST

ଢାକା ୨୩।୦୭ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସପଡିଲା ଯାତ୍ରୀବାହୀ ବସ୍ । ଯାହାଫଳରେ ଏହି ଦୁର୍ଘଟଣାରେ ୧୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବାଂଲାଦେଶରୁ ଏକ ଭୟଙ୍କର ଦୁର୍ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶର ଝାଲକାଥି ସଦର ଉପଜିଲ୍ଲା ଅନ୍ତର୍ଗତ ଛତ୍ରକଣ୍ଡା ଅଞ୍ଚଳରେ ଏକ ବସ୍ ପୋଖରୀରେ ଖସିପଡିଛି . ଯେଉଁଥିରେ ତିନି ଜଣଙ୍କ ଶିଶୁ ସମେତ ୧୭ଙ୍କର ମୃତ୍ୟୁ ଘଟିଛି । ୩୫ ଜଣ ଆହତ ହୋଇଛନ୍ତି ।  ଏହି ଘଟଣାଟି ଶନିବାର ଦିନ ଘଟିଛି । ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଅବହେଳାକୁ ଲୋକମାନେ ଦାୟୀ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବସ୍ଟି ଯାତ୍ରୀମାନଙ୍କ ସହିତ ଭରପୁର ଥିଲା ।  

ନ୍ୟୁଜ୍ ଏଜେନ୍ସି ANI କହିଛି ଯେ ୫୨ ଜଣ କ୍ଷମତା ବିଶିଷ୍ଟ ବାଶର ସ୍ମତି ଟ୍ରାନ୍ସପୋର୍ଟ ବସ୍ ୬୦ ରୁ ଅଧିକ ଲୋକଙ୍କୁ ନେଇ ଯାଉଥିଲା। ବସଟି ସକାଳ ପ୍ରାୟ ୯ ଟାରେ ଛତ୍ରକଣ୍ଡା ଠାରେ ଏକ ରାସ୍ତା କଡ଼ରେ ଥିବା ପୋଖରୀକୁ ଖସି ପଡିଥିଲା। ସମସ୍ତ ଯାତ୍ରୀ ବସ୍ ଭିତରେ ଫସି ରହିଥିଲେ। ଓଭରଲୋଡ୍ ଯୋଗୁଁ ବସ୍ ତୁରନ୍ତ ବୁଡିଯାଇଥିଲା। ୧୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାକି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  

wp:embed {"url":"https://www.prameyanews7.com/road-accident-in-udala-one-person-lost-his-life/","type":"wp-embed","providerNameSlug":"prameya-news-7"}
https://www.prameyanews7.com/road-accident-in-udala-one-person-lost-his-life/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.