ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମନଇଚ୍ଛା ଭଡା ବଢାଉଛନ୍ତି ବସ୍‌ ମାଲିକ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Published By : Prameya-News7 Bureau | June 03, 2023 IST

ଭୁବନେଶ୍ବର ୩।୬: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମନଇଚ୍ଛା ଭଡା ବଢାଉଛନ୍ତି ବସ୍‌ ମାଲିକ । ପୁରୀରୁ କଲିକତା ଅଭିମୁଖେ ଯାତ୍ରା କରୁଥିବା ସ୍ପେଶାଲ୍ ବସ୍‌ଗୁଡ଼ିକ ମନଇଚ୍ଛା ଭଡା ନେଉଛନ୍ତି । ଫଳରେ ପୁରୀରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଏନେଇ ଜଣେ ଟ୍ବିଟର ୟୁଜର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପରିବହନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଟ୍ବିଟ୍ କରିଛନ୍ତି ।

{"id":797343,"sizeSlug":"full","linkDestination":"none"}

ଏହି ଟ୍ବିଟ୍ ପରେ ପରିବହନ ଅଧକାରୀ ଆକ୍ସନ ମୋଡକୁ ଆସିଛନ୍ତି । ଭୁବନେଶ୍ୱର, ବାଲେଶ୍ଵର, ପୁରୀ, କଟକର ଆରଟିଓ ଟିମ୍ ଯାତ୍ରୀମାନଙ୍କ ପାଇଁ ବସ୍ ବ୍ୟବସ୍ଥା କରିଛନ୍ତି । ଯଦି କୌଣସି ବସ୍ ଅତିରିକ୍ତ ଭଡା ଆଦାୟ କରୁଛନ୍ତି ଏବଂ ପୁରୀ-ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ଲୋକଙ୍କୁ ହଇରାଣ କରୁଛନ୍ତି ତେବେ ବସ୍ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱରରୁ ପ୍ରାୟ ୨୦ କି.ମି. ଦୂର ଅର୍ଥାତ ବାହାନଗା ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମାଲବାହୀ ଟ୍ରେନ୍‌ ଛିଡ଼ା ହୋଇଥିଲା । ଟ୍ରାକ୍‌ ଚେଞ୍ଜ କରି କରମଣ୍ଡଳ ଷ୍ଟେସନରେ ଥ୍ରୁ ହେବା କଥା । କିନ୍ତୁ ଟ୍ରାକ୍‌ ଚେଞ୍ଜ ପରିବର୍ତ୍ତେ କରମଣ୍ଡଳ ସିଧା ଧକ୍କା ଦେଇଥିଲା ମାଲଗାଡ଼ିକୁ । ଇଞ୍ଜିନ୍‌ ଚଢ଼ି ଯାଇଥିଲା ବଗିଗୁଡ଼ିକ ଉପରକୁ । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ କରମଣ୍ଡଳର ଇଞ୍ଜିନ ଓ ୧୯ଟି ବଗି ଲାଇନଚ୍ୟୁତ ହୋଇ ଯାଇଥିଲା । ୫ଟି ବଗି ୨/୩ ପାଲଟା ଦେଇ ତଳକୁ ଖସିଯାଇଥିଲା ।

{"id":797338,"width":739,"height":439,"sizeSlug":"full","linkDestination":"none"}

ଦୁର୍ଭାଗ୍ୟକୁ ଏହି ସମୟରେ ବିପରୀତ ଦିଗରୁ ଅର୍ଥାତ୍‌ ଭଦ୍ରକ ଆଡୁ ଅନ୍ୟ ଏକ ଟ୍ରାକ୍‌ରେ ଯାଉଥିଲା ଯଶୋବନ୍ତପୁର-ହାୱଡ଼ା ସୁପରଫାଷ୍ଟ । ହାୱଡ଼ା ଅଭିମୁଖେ ଯାଉଥିବା ଏହି ସୁପରଫାଷ୍ଟ ବାହାନଗା ଷ୍ଟେସନ ଅତିକ୍ରମ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳର ୨ଟି ଲାଇନଚ୍ୟୁତ ବଗି ଅନ୍ୟ ଟ୍ରାକ୍‌ ଉପରକୁ ଆସି ଏହି ସୁପରଫାଷ୍ଟ ସହ ଧକ୍କା ଖାଇବାରୁ ଏହାର ୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ବହୁ ସଂଖ୍ୟକ ଯାତ୍ରୀ ଓଲଟି ପଡ଼ିଥିବା ବଗି ତଳେ ଚାପି ହୋଇଯାଇଥିଲେ ।

{"id":797352,"sizeSlug":"full","linkDestination":"none"}

ଭୟାନକ ଦୁର୍ଘଟଣାରେ କରମଣ୍ଡଳର ଇଞ୍ଜିନ୍‌ ଓ ୩ଟି ବଗି ମାଲଗାଡ଼ି ଉପରକୁ ଚଢ଼ି ଝୁଲି ରହିଥିଲା । ମାଲଗାଡ଼ିର ୪ଟି ବଗି ମଧ୍ୟ ଲାଇନଚ୍ୟୁତ ହୋଇଥିଲା । ଉଭୟ ଟ୍ରେନ୍‌ର ୮ଟି ବଗି ଏପରି ଚାପି ହୋଇଯାଇଥିଲା ଯେ କେଉଁ ଟ୍ରେନର କେଉଁ ବଗି ଜାଣିବା କଷ୍ଟକର ହୋଇପଡିଥିଲା ।

You Can Read :

wp:embed {"url":"https://www.prameyanews7.com/cm-naveen-patnaik-thanks-to-local-people-for-rescue-operation/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-naveen-patnaik-thanks-to-local-people-for-rescue-operation/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.