scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରସାମ୍ୟ ହରାଇ ଓଲଟିଲା ଜଗାକାଳିଆ, ଅଳ୍ପକେ ରକ୍ଷା ପାଇଲେ ୫୦ରୁ ଅଧିକ ଯାତ୍ରୀ

13/10/2022 at 9:50 AM

ଜଳେଶ୍ୱର ୧୩/୧୦: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍ । ଅଳ୍ପକେ ରକ୍ଷା ପାଇଲେ ୫୦ରୁ ଅଧିକ ଯାତ୍ରୀ । ପୋଲିସର ତଦନ୍ତ ଜାରି ।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ କଲିକତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଯାଉଥିବା ଜଗାକାଳିଆ ନାମକ ଯାତ୍ରୀବାହୀ ବସ ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ୍ରେନରେ ଓଲଟି ପଡିଛି । ରାତି ୩.୫୦ ସମୟରେ ଡ୍ରାଇଭର ର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଗାଡ଼ିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବା ବେଳେ ୨୦ରୁ ଅଧିକ ଲୋକ ସାମାନ୍ୟ ଆହତ ହେଇଛନ୍ତି ।

ଜଣେ ନାବାଳକର ଗୋଡ ଭାଙ୍ଗିଯାଇଥିବା ଜଣା ପଡିଛି । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି । କିଛି ଯାତ୍ରୀ ଅନ୍ୟ ବସରେ ଘରକୁ ପଳେଇଯାଇଥିବ ବେଳେ ଆଉ କିଛି ଯାତ୍ରୀ ବସ୍ ପାଖରେ ବସିଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

   Related Posts